Only for Entertainment

ଆଜି ହିଁ ଟ୍ରାଏ କରନ୍ତୁ ସେଓ ପରଟା

Vahrehvah
34

ସାମଗ୍ରୀ-

୨ କପ୍‌ ଅଟା, ୧ଟି ସେଓ, ୩ ଟେବଲସ୍ପୁନ୍‌ କିମ୍ବା ଆପଣଙ୍କ ଆବଶ୍ୟକ ଅନୁସାରେ ଚିନି, ୧ ଚାମଚ ଡାଳଚିନି ଗୁଣ୍ଡ, ସ୍ବାଦାନୁସାରେ ଲୁଣ, ପୁଦିନା ପତ୍ର, ବ୍ରେଡ୍‌ କିମ୍ବା ବିସ୍କୁଟ୍‌ ପାଉଡର ୪ ଚାମଚ, ଆବଶ୍ୟକ ଅନୁସାରେ ତେଲ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଅଟାରେ ଅଳ୍ପ ତେଲ ପକାଇ ଭଲ ଭାବେ ଚକଟନ୍ତୁ। ସେଓକୁ ଗ୍ରେଟରରେ ଗ୍ରେଟେଡ୍‌ କରନ୍ତୁ। ଏଥିରେ ଡାଳଚିନି ଗୁଣ୍ଡ, ପୁଦିନା ପତ୍ର, ଚିନି, ବ୍ରେଡ୍‌ କିମ୍ବା ବିସ୍କୁଟ୍‌ ପାଉଡର ପକାଇ ମିଶାନ୍ତୁ। ଚିନି ଭଲ ଭାବେ ନ ମିଳାଇବା ଯାଏ ଏହି ମିଶ୍ରଣକୁ କିଛି ସମୟ ଅଲଗା ରଖନ୍ତୁ। ଏବେ ତେଲ ଗରମ କରନ୍ତୁ ଓ ଅଳ୍ପ ଅଟା ନେଇ ଏଥିରେ ଗୁଳା ତିଆରି କରନ୍ତୁ। ଏହି ଗୁଳାକୁ ପାପୁଲିରେ ଦାବି ବଡ଼ କରନ୍ତୁ। ଏଥିରେ ୧ କିମ୍ବା ୨  ଚାମଚ  ସେଓର ମିଶ୍ରଣ ପୂର ଆକାରରେ ଦେଇ ବନ୍ଦ କରି ଦିଅନ୍ତୁ। ଏବେ ଶୁଖିଲା ଅଟା ଦେଇ ଏହାକୁ ଧିରେ ଧିରେ ଗୋଲ ପରଟା ବେଲନ୍ତୁ। ବେଲା ହୋଇଥିବା ପରଟାକୁ ତାୱାରେ ପକାଇ ଉଭୟ ପାର୍ଶ୍ବରେ ତେଲ ପକାଇ ଭଲ ଭାବେ ସେକି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସେଓ ପରଟା। ଉପବାସ ସମୟରେ ଏହାକୁ ଗରମ ଗରମ ଖାଇବାର ମଜା ନିଅନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More