Only for Entertainment

ମନପସନ୍ଦର ଚାକିରି ମିଳୁନଥିଲେ କରନ୍ତୁ ଏହି କାମ । ଖୁବଶୀଘ୍ର ପୂରଣ ହେବ ମନସ୍କାମନା ।

shutterstock.com
53

ଆଜିକାଲି ଚାକିରି ଏକ ବଡ଼ ସମସ୍ୟା ହୋଇଯାଇଛି । ପାଠପଢି ମଧ୍ୟ ଚାକିରିର ଘୋର ଅଭାବ । କାରଣ ହେଉଛି ଜନସଂଖ୍ୟା ବଢିବାରେ ଲାଗିଛି, ତେଣୁ ସେହି ଅନୁସାରେ ପଦବୀ କମ । ତେବେ ଏହା ତ ଗୋଟିଏ କଥା । ଅନ୍ୟ ଏକ କଥା ହେଉଛି ବାସ୍ତୁ ପ୍ରଭାବ । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଗ୍ରହ ମାନଙ୍କର ଖରାପ ପ୍ରଭାବ ପଡ଼ୁଥାଏ ତେବେ ସମସ୍ୟା ଦେଖାଯାଏ । ଯଦି ଆପଣ ମଧ୍ୟ ଏହାକୁ ବିଶ୍ୱାସ କରନ୍ତି ତେବେ ଏହି ଟିପ୍ସକୁ କାମରେ ଲଗାଇ ପାରିବେ ।

କୁହାଯାଏ ଘରେ ଉଡ଼ୁଥିବା ହନୁମାନଙ୍କର ଫଟୋ ଲଗାଇ ପୂଜା କରିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ । ମଙ୍ଗଳବାର ଏବଂ ଶନିବାରକୁ ହନୁମାନଙ୍କୁ ଲଡୁ ଚଢାନ୍ତୁ ।

ଯଦି ଆପଣ ଇଂଟରଭ୍ୟୁ ଦେବାକୁ ଯାଉଛନ୍ତି ତେବେ ମନେ ରଖିବେ ଯେପରି ଯିବାବେଳ ସାଙ୍ଗରେ ଗୁଡ଼ ଚଣା ବା ଅଟାର ପେଡ଼ାରେ ଗୁଡ଼ ଲଗାଇ ନେଇଯିବେ ଏବଂ ରାସ୍ତାରେ କୌଣସି ଗାଈକୁ ଖାଇବାକୁ ଦେବେ । ଏହା ଦ୍ୱାରା ଖୁବଶୀଘ୍ର ମନପସନ୍ଦର ଚାକିରି ମିଳିଯିବ ।

ମଙ୍ଗଳବାରକୁ ଖାଲି ପାଦରେ ମନ୍ଦିର ଯାଆନ୍ତୁ ଏବଂ ହନୁମାନଙ୍କୁ ଗୋଲାପ ଚଢାନ୍ତୁ । ଏହା ଲଗାତାର ୩୦ ଦିନ କରନ୍ତୁ । ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ ।

ଯଦି ଇଂଟରଭ୍ୟୁ ଦେବାକୁ ଯାଉଛନ୍ତି ତେବେ ସାଙ୍ଗରେ ଏକ ଲେମ୍ବୁ ନେଇଯାଆନ୍ତୁ ଏବଂ ତାହାର ୪ ଦିଗରେ ୪ଟି ଲବଙ୍ଗ ଲଗାଇ ଦିଅନ୍ତୁ ଏବଂ ୧୦୮ ଥର ହନୁମାନଙ୍କର ନାମ ଜପ କରନ୍ତୁ । ଏହା ଦ୍ୱାରା ମନସ୍କାମନା ପୂରଣ ହୋଇଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More