Only for Entertainment

ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ରଙ୍ଗ ଘର ପାଇଁ ଶୁଭ ।

HomeTriangle
0 59

ନିଜ ଘରକୁ ସୁନ୍ଦର କରିବା ପାଇଁ କିଏବା ନ ଚାହେଁ। ଘର କିପରି ସୁନ୍ଦର ଦିଶିିବ ସେଥିପାଇଁ ଆମେ ସାଧାରଣତଃ ଘରର ରଙ୍ଗ ଉପରେ ଧ୍ୟନ ଦେଇଥାଉ। ସାଧାରଣତଃ ଅଧିକାଂଶ ଲୋକ ନିଜ ପସନ୍ଦର ରଙ୍ଗ ଲଗାଇଥାନ୍ତି। କିନ୍ତୁ ଆପଣ ବୋଧେ ଏହା ଜାଣି ନାହାନ୍ତି କାନ୍ଥରେ ଲଗାଉଥିବା ରଙ୍ଗରେ ବାସ୍ତୁର ଯଥେଷ୍ଟ ମହତ୍ୱ ରହିଛି। ତେବେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କେଉଁ ଭଳି ରଙ୍ଗ କରିବା ଆବଶ୍ୟକ।

ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କ ଘରର ଉତ୍ତର ଦିଗରେ ଥିବା କାନ୍ଥରେ ସବୁଜ ରଙ୍ଗ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ।

ବାସ୍ତୁ ଶାସ୍ତ୍ର ଅନୁସାରେ ହଳଦିଆ ରଙ୍ଗକୁ ଶୁଭ ବୋଲି ମନାଯାଏ। ଏହା ଘରର ଶାନ୍ତି ବଜାୟ ରଖିଥାଏ। ଘର ଡ୍ରଇଂ ରୁମରେ ହଳଦିଆ ରଙ୍ଗ କରିବା ଶୁଭ ବୋଲି ବାସ୍ତୁ ଶାସ୍ତ୍ରରେ ବିଶ୍ୱାସ ଅଛି।

ଆପଣଙ୍କ ଘରର ଝରକା ଗୁଡିକୁ ସବୁବେଳେ ବହଳିଆ ରଙ୍ଗ କରିବା ଭଲ। ଆପଣ ଚାହିଁଲେ ଏହାକୁ ବାଦାମୀ ରଙ୍ଗ କରିପାରିବେ। ଏହା କରିବା ଦ୍ୱାର ଘରେ ଲକ୍ଷ୍ମୀ ବିରାଜମାନ କରନ୍ତି ବୋଲି ହିନ୍ଦୁ ଶାସ୍ତ୍ରରେ ବିଶ୍ୱାସ ଅଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More