Only for Entertainment

ଆରାଧ୍ୟାଙ୍କ ସ୍କୁଲ୍ ଭିଡିଓ ଭାଇରାଲ୍: ଲୋକେ କହିଲେ ମିନି ଐଶ୍ୱର୍ୟ୍ୟା

iDiva
0 40

ବଚ୍ଚନ ପରିବାରର କୁନି ସଦସ୍ୟା ଆରାଧ୍ୟା ରାୟ ବଚ୍ଚନଙ୍କର କୌଣସି ପରିଚୟ ଦେବାର ଆବଶ୍ୟକତା ଅଛି କି? ମାଆ ଐଶ୍ୱର୍ୟ୍ୟା ରାୟ ବଚ୍ଚନଙ୍କ ସହ ସବୁବେଳେ ଅରାଧ୍ୟାକୁ ନିଜ ସହ ଧରି ବିଭିନ୍ନ ଆଡକୁ ଯିବା ଭିତରେ ଆରାଧ୍ୟା ବି ଲୋକଙ୍କ ନଜରରେ ଜଣେ ମିନି ଷ୍ଟାର୍ ପାଲଟି ଯାଇଛନ୍ତି। ଆରାଧ୍ୟା ନିକଟରେ ୬ ବର୍ଷରେ ପଦାର୍ପଣ କରିଛନ୍ତି। ଆରାଧ୍ୟା ତାଙ୍କ ସ୍କୁଲ୍ ବାର୍ଷିକ ଉତ୍ସବରେ ଏକ ଗୀତରେ ନୃତ୍ୟ ପ୍ରଦର୍ଶନ କିରିଛନ୍ତି। ଆରାଧ୍ୟାଙ୍କୁ ପ୍ରୋତ୍ସାହନା ଦେବାକୁ ପୂରା ବଚ୍ଚନ ପରିବାର ତାଙ୍କ ସହ ସ୍କୁଲ୍ରେ ଉପସ୍ଥିତ ଥିଲେ। ମାଆ ଐଶ୍ୱର୍ୟ୍ୟ, ବାପା ଅଭିଷେକ, ଜେଜେମାଆ ଜୟାଙ୍କ ସମେତ ଆଈ ବୃନ୍ଦା ରାୟ ବି ଉପସ୍ଥିତ ଥିଲେ।

ବଚ୍ଚନ ପରିବାରର ଟୁଇଟର୍ ଆକାଉଣ୍ଟରେ ଆରାଧ୍ୟାଙ୍କର ନୃତ୍ୟ ବେଳର ଭିଡିଓ ଅପ୍ଲୋଡ ହୋଇଛି। ସେଥିରେ ଆରାଧ୍ୟା ଏକଦମ୍ ଐଶ୍ୱର୍ୟ୍ୟାଙ୍କ ପରି ଦିଶୁଛନ୍ତି। ଏଥିରେ ସନ୍ଦେହ ନାହିଁ ଯେ ଯିଏ ବି ଦେଖିବ, କହିବ ମିନି ଐଶ୍ୱର୍ୟ୍ୟା। କେବଳ ଆରାଧ୍ୟାଙ୍କ ଜେଜେବାପା ନିଜର ଆଗାମୀ ଚଳଚ୍ଚିତ୍ର ସୁଟିଂ ପାଇଁ ଦେଶ ବାହାରେ ଥିବାରୁ ତାଙ୍କୁ ଉତ୍ସବରେ ଦେଖିବାକୁ ମିଳିନଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More