Only for Entertainment

ଅମିତାଭ ବଚନଙ୍କ ନାତୁଣୀ ଆରାଧ୍ୟ ହେବେ ଦେଶର ପ୍ରଧାନମନ୍ତ୍ରୀ ।

India Today
0 96

ବଲିଉଡ ବିଗ ବି ଙ୍କର ରାଜନୀତି ସହ ଗଭୀର ସମ୍ପର୍କ ଥିବା ଆପଣ ଆଗରୁ ଜାଣିଥିବେ । ସେହିପରି ତାଙ୍କ ପତ୍ନୀ ଜୟା ବଚନ ରାଜ୍ୟସଭାର ସଦସ୍ୟା ଅଟନ୍ତି , ଆଗରୁ ବିଗ ବି ମଧ୍ୟ ୮ମ ଲୋକସଭା ଆଲ୍ହାବାଦ ର ସାଂସଦ ଥିଲେ। ଏକ ଭବିଷ୍ୟବାଣୀ କାରଣରୁ କିଛିଦିନ ହେବ ଏବେ ଭାଇରଲ ହେବାରେ ଲାଗିଛି ଯେ ଅଭିଷେକ ବଚନ ଏବଂ ଐଶ୍ୱର୍ଯ୍ୟା ଙ୍କ ଝିଅ ଭାବିଷ୍ୟରେ ପ୍ରଧାନମନ୍ତ୍ରୀ ହେବେ । ଏହି ଭବିଷ୍ୟବାଣୀ ଜ୍ୟୋତିଷବିତ ଡ଼ି ଜ୍ଞାନେଶ୍ୱର କରିଛନ୍ତି ।

ଏହି ଜ୍ୟୋତିଷବିତ ଏକ ମିଡ଼ିଆ ସାକ୍ଷାତକାର ରେ ୨୦୧୮ରେ ଭବିଷ୍ୟବାଣୀ କରିଥିବା ଘୋଷଣା କରିଛନ୍ତି ।

ଜ୍ଞାନେଶ୍ୱର ଆଗରୁ ଅନେକ ଭବିଷ୍ୟବାଣୀ କରିଛନ୍ତି ଯାହା ଆଗରୁ ସତ ହୋଇଛି । ସେ ରଜନୀକାନ୍ତ ଏବଂ ଚିରଞ୍ଜୀବଙ୍କ ରାଜନୀତି ପ୍ରବେଶ ପାଇଁ ଭବିଷ୍ୟବାଣୀ କରିଥିଲେ ଯାହା ସତ ହୋଇଥିଲା । ଜ୍ଞାନେଶ୍ୱର କହିଛନ୍ତି ସେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି ଏହି କାରଣରୁ ତାଙ୍କ ନାଁ ବଦଳାଇ ରୋହିନୀ ରଖିବାକୁ କହିଛନ୍ତି।

ଜ୍ଞାନେଶ୍ୱର ସେହିଭଳି ଟ୍ରମ୍ପ ନିର୍ବାଚନ ରେ ଜିତିବା କଥା କହିଥିଲେ ଯାହା ସତ ହୋଇଥିଲା । ଏହା ସହ ସେ ରଜନୀକାନ୍ତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ହେବା ଏବଂ ମୋଦି ଆଉଥରେ ନିର୍ବାଚନ ଜିତିବା ଭବିଷ୍ୟବାଣୀ କରିଛନ୍ତି । ଏହାବ୍ୟତୀତ ସେ ୨୦୨୪ରେ ଭାରତ ଏବଂ ପାକିସ୍ତାନ ରେ ଯୁଦ୍ଧ ହେବା କଥା ମଧ୍ୟ ଭବିଷ୍ୟବାଣୀ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More