Only for Entertainment

ଯେତେବେଳେ ମଲାଇକା ଏବଂ ଅର୍ଜୁନଙ୍କ ସମ୍ପର୍କକୁ ନେଇ ପଚରାଗଲା ପ୍ରଶ୍ନ, ଜୋର ଜୋର ହସିବାକୁ ଲାଗିଲେ ଅରବାଜ !

44

ପୂର୍ବ ବର୍ଷ ଯେଉଁଠି ବଲିଉଡର ଅନେକ କପଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ , ସେଇଠି ଅନେକ ଯୋଡି ମଧ୍ୟ ସାମ୍ନାକୁ ଆସିଥିଲେ । ଏହି ନୂଆ ଯୋଡି ମଧ୍ୟରୁ ସବୁଠାରୁ ଅଧିକ ଚର୍ଚ୍ଚା ସାଉଂଟିଛନ୍ତି ମଲାଇକା ଏବଂ ଅର୍ଜୁନ । ଦୁହେଁ ଅନେକ ପାର୍ଟି ଏବଂ ଟ୍ରିପରେ ଏକାସହ ନଜର ଆସିଥିଲେ । ଅନେକ ଟକ ଶୋ ଏବଂ ଇଭେଂଟରେ ଦୁହିଁଙ୍କୁ ଦୁହିଁଙ୍କ ସମ୍ପର୍କ ବିଷୟରେ ପ୍ରଶ୍ନ କରାଯାଇ ସାରିଲାଣି । ଦୁହେଁ କିଛି ନା କିଛି ବାହାନା କରି ଚୁପ ରହିଯାଆନ୍ତି । କୁହାଯାଏ ପ୍ରେମ ଯେତେ ଲୁଚାଇଲେ ଲୁଚି ରହେନା ସେହିଭଳି ଏବେ ଦୁହିଁଙ୍କ ସମ୍ପର୍କ ସମସ୍ତଙ୍କ ସାମ୍ନାକୁ ଆସି ସାରିଲାଣି ।

ନିକଟରେ ଅରବାଜ ଖାନଙ୍କୁ ଏକ୍ସ ୱାଇଫ ମଲାଇକାଙ୍କୁ ଏହି ସମ୍ପର୍କରେ ପଚରାଯିବାରୁ ସେ ଜୋର ଜୋର ହସିବାକୁ ଲାଗିଥିଲେ । ସେ ସାମ୍ବାଦିକଙ୍କୁ ପ୍ରଶ୍ନ କରିଥିଲେ ଯେ ଏହି ପ୍ରଶ୍ନ ପଚାରିବାକୁ ଆପଣ ହୁଏତ ରାତି ସାରା ଭାବିଥିବେ । ଏହାସହ ଅରବାଜ କହିଥିଲେ ସେ ଏହି ପ୍ରଶ୍ନର ଉତ୍ତର ଦେବେ ମାତ୍ର ତାଙ୍କୁ ଭାବିବାକୁ ସମୟ ଦରକାର । ଦେଖନ୍ତୁ ଏହି ଭିଡିଓରେ-

 

View this post on Instagram

 

Repost @lnbolly Arbaaz reaction on Arjun and Malaikas marriage

A post shared by instabollywoodfc (@lnstabollywoodfc) on


ମିଡିଆ ରିପୋର୍ଟ ମୁତାବକ ଅର୍ଜୁନ ଏବଂ ମଲାଇକାଙ୍କ ସମ୍ପର୍କକୁ ନେଇ ରାଗିଥିବା ଦବଙ୍ଗ ଖାନ ବୋନି କପୂରଙ୍କ ସହ କାମ କରିବାକୁ ମନା କରିଦେଇଛନ୍ତି । ଖବର ଏଭଳି ମଧ୍ୟ ଶୁଣିବାକୁ ମିଳିଛି ଯେ ଦବଙ୍ଗ୩ରେ ମଲାଇକାଙ୍କୁ ମଧ୍ୟ କାମ ମିଳିନାହିଁ । ସୂଚନାଯୋଗ୍ୟ ଦବଙ୍ଗ୩ର ଆଇଟମ ସଙ୍ଗରେ ନଜର ଆସିପାରନ୍ତି କରୀନା କପୂର !

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More