Only for Entertainment

ଏହି ପ୍ରତିଯୋଗୀଙ୍କୁ ବିଜେତା ଭାବରେ ଦେଖିବାକୁ ଚାହାଁନ୍ତି ସଲମାନଙ୍କ ଭାଇ ଅରବାଜ

hindustan times
0 34

ପ୍ରତିବର୍ଷ ଅପେକ୍ଷା ଏ ବର୍ଷ ବିଗବସ ୧୧ ସିଜନ ସବୁଠାରୁ ନିଆରା ଏହା ସମସ୍ତେ ଜାଣନ୍ତି । ପୂର୍ବରୁ ଏଠାରେ ସବୁବେଳେ ପ୍ରେମ,ଭଲପାଇବା ଠାରୁ ଆରମ୍ଭ କରି କଳି ଝଗଡ଼ା ପର୍ଯ୍ୟନ୍ତ ସବୁକିଛି ଦେଖିବାକୁ ମିଳିଥିଲା । କିନ୍ତୁ ଏହି ସିଜନ ସବୁଠାରୁ ନିଆରା । ଚଳିତ ବର୍ଷ ଏଠାରେ କିଛି ନୂଆ ଦେଖିବାକୁ ମିଳିଛି,ତାହା ହେଉଛି ମା ଓ ଛୁଆର ସଂପର୍କ ।ଯାହା ସବୁଠାରୁ ଚିତାକର୍ଷକ । ତେବେ ବିଗବସର ଏହି ସିଜନର ବିଜେତାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଜାରି ଧରିଛି । ଆଜି ବିଜେତା ଘୋଷଣା କରିବାର ଶେଷ ଦିନ । ସମସ୍ତେ ବିଜେତାଙ୍କ ନାମ ଶୁଣିବା ପାଇଁ ଉତ୍ସାହିତ । ତେବେ ସେଲିବ୍ରେଟି ମାନେ ବାଦ ପଡ଼ିବେ କେମିତି ।

ବାସ୍ତବରେ ସଲମାନଙ୍କ ମାଙ୍କୁ ମଧ୍ୟ ପସନ୍ଦିତ ବିଜେତାଙ୍କ ନାଁ ପଚରା ଯାଇଥିଲା । ଏବେ ସେହି ସମାନ ପ୍ରଶ୍ନ ପଚରାଯାଇଛି ସଲମାନଙ୍କ ଭାଇ ଅରବାଜଙ୍କୁ । ତାଙ୍କୁ ଏହା ପଚାରିବାର କାରଣ ହେଉଛି ତାଙ୍କ ଭାଇ ସଲମାନ ଏହି ସୋ’ର ହୋଷ୍ଟ କରୁଛନ୍ତି । ଅରବାଜ ତାଙ୍କର ଆଗାମୀ ଫିଲ୍ମ ‘ନିର୍ଦ୍ଦୋଷ’ର ପ୍ରମୋଶନ ପାଇଁ ନ୍ୟୁଜ ୧୮ ଅଫିସରେ ପହଂଚିଥିଲେ । ଯେଉଁଠାରେ ଫିଲ୍ମରେ ସମସ୍ତ କଳାକାର ଉପସ୍ଥିତ ଥିଲେ । ତେବେ ପ୍ରଶ୍ନର ଉତ୍ତରରେ ସେ ସିଳ୍ପା ସିନେ୍ଧଙ୍କ ନାଁ ନେଇଥିଲେ । ଅସ୍ମିତ ପଟେଲ ମଧ୍ୟ ସିଳ୍ପାଙ୍କୁ ସମର୍ଥନ କରିଛନ୍ତି,କିନ୍ତୁ ଅନ୍ୟ ପକ୍ଷରେ ସେ କହିଛନ୍ତିଯେ ପୁନିଶ ସାଧାରଣ ମଣିଷ ହୋଇଥିବାରୁ ସେ ବିଜେତା ହେବା ଦରକାର । ତେବେ ସେଠାରେ ଉପସ୍ଥିତ ଥିବା ପୂର୍ବ ପ୍ରତିଯୋଗୀ ମହକ ମଧ୍ୟ ସିଳ୍ପାଙ୍କୁ ବିଜେତା ଭାବରେ ଦେଖିବାକୁ ଚାହୁଁଥିବା କଥା କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More