Only for Entertainment

ଆନ୍ତର୍ଜାତୀୟ ମହିଳା ଦିବସରେ ପରଦାକୁ ଆସିଲା ଅର୍ଚ୍ଚିତାଙ୍କ ସ୍ପୋର୍ଟସ୍ ଡ୍ରାମା ଫିଲ୍ମ ‘ଚାମ୍ପିଆନ୍’

you tube
46

ମୁକ୍ତିଲାଭ କଲା ଓଲିଉଡର ପ୍ରଥମ ସ୍ପୋର୍ଟସ୍ ଡ୍ରାମା ଫିଲ୍ମ ‘ଚାମ୍ପିଆନ୍’ । ଫିଲ୍ମରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ବକ୍ସର୍ ଭୂମିକାରେ ଦେଖିବାକୁ ମିଳିଛି । କିଭଳି ଗାଁର ଏକ ସାଧାରଣ ଝିଅ ନିଜ ଗାଁ ଲୋକଙ୍କ ଉନ୍ନତି ପାଇଁ ସଂଘର୍ଷ କରେ । ଏହାପରେ ଯାତ୍ରାରେ ଡ୍ୟାନ୍ସ କରେ ଓ ଶେଷରେ ଜଣେ ବକ୍ସର୍ ସାଜେ ତାହାକୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି । ସଂଘର୍ଷରେ ପୂର୍ଣ୍ଣ ଏକ ସାଧାରାଣ ଝିଅର ଅସାଧାରଣ ଯାତ୍ରା ହେଉଛି ଚଳଚ୍ଚିତ୍ର ଚାମ୍ପିଆନ୍ । ଫିଲ୍ମଟି ଏକ ମହିଳା କେନ୍ଦ୍ରିତ ସିନେମା ହୋଇଛି । ଆଉ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହା ପରଦାକୁ ଆସିଛି ।

ଚାମ୍ପିଅନ୍ରେ ଅର୍ଚ୍ଚିତା ପ୍ରଥମ ଥର ପାଇଁ ଏଭଳି ଏକ ପ୍ରଭାବଶାଳୀ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ବକ୍ସର୍ ହୋଇ ରିଙ୍ଗ ଭିତରେ ବକ୍ସିଂ କରିବାରେ ନଜର ଆସିଛନ୍ତି ଅର୍ଚ୍ଚିତା । ଏହି ଫିଲ୍ମରେ ବକ୍ସର୍ ଅନ୍ଦାଜକୁ ପରଦାରେ ସଠିକ୍ ଭାବେ ତୁଲାଇବା ପାଇଁ ଅଭିନେତ୍ରୀ ଅର୍ଚ୍ଚିତା କରିଛନ୍ତି ଢେର୍ ମେହନତ । ଫିଲ୍ମରେ ଅର୍ଚ୍ଚିତାଙ୍କ ବିପକ୍ଷରେ ନାୟକ ଭାବେ ନଜର ଆସିଛନ୍ତି ଅଭିନେତା ସାନୁ । ଆଉ ଏହି ସିନେମାରେ ଅର୍ଚ୍ଚିତାଙ୍କ କୋଚ୍ ଭୂମିକାରେ ନଜର ଆସିଛନ୍ତି ଅଭିନେତା ମନୋଜ ମିଶ୍ର । ଡନ୍ଙ୍ଗ୍ୟୁ ଏଂଟର୍ଟେନ୍ମେଂଟ୍ ବ୍ୟାନର୍ରେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ଚାମ୍ପିଆନ୍ର ନିର୍ଦ୍ଦେଶନା ଦେଇଛନ୍ତି କେ. ମୂରଲୀକ୍ରିଷ୍ଣା ଏବଂ ଫିଲ୍ମର ପ୍ରଯୋଜନା କରିଛନ୍ତି ଏନ୍ ଗଙ୍ଗାଧର ଓ ଦୀପ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More