Only for Entertainment

ଆପଣଙ୍କ ପିଲାଙ୍କ ଠାରେ ଦେଖାଯାଉଛି କି ଏହି ସବୁ ଲକ୍ଷଣ ? ସାବଧାନ ! ହୋଇପାରନ୍ତି ଡାଇବେଟିସର ଶିକାର ।

Invisiverse
24

ଆଜିର ଦିନରେ ଡାଇବେଟିସ୍ ଏକ ସାଧାରଣ ରୋଗ ପାଲଟିଛି । ଯାହାର ଶିକାର କେହି ବି ହୋଇପାରନ୍ତି । ତେବେ ସେ କୌଣସି ଶିଶୁ ହେଉ କିମ୍ବା ବଡ ଲୋକ , ସଭିଏଁ ଏହି ରୋଗର ଶିକାର ହୋଇପାରନ୍ତି । ଶରୀର ଭିତରେ ଭିଟା-କୋଷିକାଗୁଡିକ ନଷ୍ଟ ହୋଇଯିବା କାରଣରୁ ମନୁଷ୍ୟ ଶରୀର ସନ୍ତୁଳନ ହରାଇବସିଥାଏ । ଯେଉଁ କାରଣରୁ ଶରୀରରେ ସୁଗାରର ସ୍ତର ବୃଦ୍ଧିପାଇବାରେ ଲାଗିଥାଏ । ଆଉ ଏହାଦ୍ୱାରା ହିଁ ଡାଇବେଟିସ୍ ଭଳି ବେମାରୀ ସୃଷ୍ଟି ହୋଇଥାଏ । ତେଣୁ ବେଳ ଥାଉ ଥାଉ ଯଦି ଏହି ରୋଗକୁ ଚିହ୍ନଟ କରାଯାଇପାରିବ ତେବେ ଏହା ଭବିଷ୍ୟତରେ ଭୟାବହ ରୂପ ଧାରଣ କରିପାରେ ବୋଲି କୌଣସି ଭୁଲ ହେବନି । ଏଭଳି ପରିସ୍ଥିତିରେ ଯଦି ଛୋଟ ପିଲାଙ୍କ କଥା ଉଠେ ତେବେ ପିଲାଙ୍କଠାରେ ଏହି ସବୁ ଲକ୍ଷଣ ନଜର ଆସିଲେ ଜାଣିପାରିବେ କି ଶିଶୁଟି ଏହି ରୋଗରେ ଆକ୍ରାନ୍ତ ହୋଇଛି କି ନାହିଁ ।

ପିଲାଙ୍କଠାରେ ଦେଖାଯାଉଥିବା ଡାଇବେଟିସର ଲକ୍ଷଣ :

  • ସୁଗାରର ସ୍ତର ବୃଦ୍ଧି ପାଇବା କାରଣରୁ ବାରମ୍ବାର ଶୋଷ ଲାଗିବା
  • ସୁଗାର ଲେବଲ ବଢିବା ଦ୍ୱାରା ବାରମ୍ବାର ପରିଶ୍ରା ଲାଗିବା
  • ଶିଶୁକୁ ବାରମ୍ବାର ଭୋକ ଲାଗିବା
  • ସେହିପରି ଖାଦ୍ୟ ଖାଇବା ପରେ ବି ପିଲାଟିକୁ ହାଲିଆ ଲାଗିବା
  • ପୃଷ୍ଟିକର ଖାଦ୍ୟ ଖାଇବା ସତ୍ୱେ ପିଲାଟିର ଦେହ ନଲାଗିବା ତଥା ଓଜନ ହ୍ରାସ ପାଇବା
  • ପିଲାକୁ ବାରମ୍ବାର ହାଲିକା ଲାଗିବା
  • ଶିଶୁକୁ ଡାଇପର ପିନ୍ଧାଇବା ମାତ୍ରକେ ଘା’ ହୋଇଯିବା
    ଧ୍ୟାନ ରଖନ୍ତୁ କିଛି କଥା
  • ପିଲାଙ୍କର ସମୟ ସମୟରେ ବ୍ଲଡ ସୁଗାର ଟେଷ୍ଟ କରନ୍ତୁ ଏବଂ ସେହି ହିସାବରେ ଇନସ୍ୟୁଲିନ ଦିଅନ୍ତୁ ।
  • ପିଲାଙ୍କୁ ଠିକ୍ ସମୟରେ ଖାଇବାକୁ ଦିଅନ୍ତୁ ଏବଂ ଖାଦ୍ୟରେ ଅଧିକରୁ ଅଧିକ ମାତ୍ରାରେ ପୌଷ୍ଟିକ ଆହାର ସାମିଲ କରନ୍ତୁ ।
  • ପିଲାଙ୍କୁ ନିୟମିତ ବ୍ୟାୟାମ କରାଇବାର ପ୍ରୟାସ କରନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More