Only for Entertainment

ଆପଣ ମଧ୍ୟ ଜ୍ୱର ସମୟରେ ମଥାରେ ଜଳ ପଟିର ବ୍ୟବହାର କରୁଛନ୍ତି କି?

Ayurvedic Treatment and Health Advice tips in Hindi
27

ଜ୍ୱର ହେଲେ ଅଧିକାଂଶ ବ୍ୟକ୍ତି ମଥାରେ ଜଳ ପଟିର ବ୍ୟବହାର କରିଥାନ୍ତି ।ଆପଣ ମଧ୍ୟ ସେହି ମଧ୍ୟରେ ସାମିଲ ଥିବେ । କିନ୍ତୁ ଏହା କେତେ ଦୂର ଠିକ ବୋଧହୁଏ ଆପଣ କିଛି ମାତ୍ରାରେ ଜାଣିଥିବେ ବା କେବଳ ମଥାରେ ଜଳ ପଟି ଦେଲେ ଶରୀରର ତାପମାତ୍ରା କମିଯିବ ବୋଲି ଆପଣ କାହାଠାଣୁ ଶୁଣିଥିବେ । ତେବେ ତାହା ଠିକ,କିନ୍ତୁ ଏହା ସହିତ ଆଉ କ’ଣ କରିବା ଉଚିତ ଜାଣନ୍ତୁ ।

ଯେତେବେଳେ ଜ୍ୱର ୧୦୧ ଡିଗ୍ରୀରୁ ଅଧିକ ବଢିଯାଇଥାଏ ସେତେବେଳେ ସ୍ଥିତି ଗମ୍ଭୀର ହୋଇ ଯାଇଥାଏ । ଏବଂ ପୁଣି ୧୦୩ ଡିଗ୍ରୀକୁ ପହଁଚିବା ବେଳେ ମନରେ ଭୟ ବଢି ଯାଇଥାଏ । ଏହି ସମୟରେ ଡାକ୍ତର ଔଷଧ ଖାଇବାକୁ ଦେଇଥାନ୍ତି, କିନ୍ତୁୁ ବେଳେ ବେଳେ ଔଷଧ ଖାଇବା ପରେ ମଧ୍ୟ ତାପମାନ କମିନଥାଏ । ସେତେବେଳେ ମଥାରେ ପାଣି ପଟି ପକାଇ ଜ୍ୱରକୁ ନିୟନ୍ତ୍ରଣରେ ଆଣିବା ପାଇଁ ଚେଷ୍ଟା କରାଯାଇଥାଏ ।

ଏହି ସମୟରେ ସମ୍ପୂର୍ଣ୍ଣ ଶରୀରରେ ପାଣି ପଟି ପକାଇବା କଥା । ଯଦି ରୋଗୀ ଅଧିକ ଦୁର୍ବଳ ଅନୁଭବ କରୁନଥାନ୍ତି ତେବେ ତାଙ୍କୁ ଥଣ୍ଡା ପାଣିରେ ଗାଧୋଇ ଦେବା ଉଚିତ୍ । ଏଭଳି କରିବା ଦ୍ୱାରା ଶରୀରରୁ ତାପମାନ କମ ହୋଇଥାଏ । ସେଥିପାଇଁ ବରଫ ପାଣି ବ୍ୟବହାର କରିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More