Only for Entertainment

ଅରହାନଙ୍କୁ ନେଇ ସଲମାନଙ୍କ ବଡ଼ ବୟାନ ସାମ୍ନାକୁ ଆସିବା ପରେ ରଶ୍ମିଙ୍କୁ ନେଇ ଆଶ୍ଚର୍ଯ୍ୟକର କଥା କହିଲେ ଅରହାନ

times of india
34

ବିଗବସରେ ପ୍ରତିଦିନ କିଛି ନା କିଛି ଟ୍ୱିଷ୍ଟ ଦେଖିବାକୁ ମିଳୁଛି । ନିକଟରେ ୱିକେଣ୍ଡ କା ବାରେ ଅରହାନଙ୍କ ଅସଲ ମୁଖା ଖୋଲିଛନ୍ତି ସଲମାନ । ଯାହାର ସତ୍ୟାସତ୍ୟ ଗର୍ଲଫ୍ରେଣ୍ଡ ରଶ୍ମିଙ୍କୁ ମଧ୍ୟ ଜଣା ନଥିଲା । ସଲ୍‌ମାନ୍‌ ଗତ ଏପିସୋଡ୍‌ରେ ରଶ୍ମିଙ୍କ ଆଗରେ ଖୁଲାସା କରିଥିଲେ ଯେ ଆରହାନ୍‌ ପୂର୍ବରୁ ବିବାହିତ ଓ ତାଙ୍କର ଏକ ପିଲା ମଧ୍ୟ ଅଛି। ଯାହାପରେ ବିବି-ହାଉସ୍‌ରେ ସମସ୍ତଙ୍କୁ ଏକ ଝଟକା ଲାଗିଥିଲା। ସୋଶାଲ୍‌ ମିଡିଆରେ ସମସ୍ତେ ଏମାନଙ୍କ ସମ୍ପର୍କ ଉପରେ ପ୍ରଶ୍ନ ଉଠାଇଥିଲେ ଓ ରଶ୍ମିଙ୍କ ସପକ୍ଷରେ ଅନେକ ପୋଷ୍ଟ କରିଥିଲେ। ଏବେ ପୁଣି ଅରହାନ୍‌ ଦେଇଥିବା ବୟାନ୍‌ ଯୋଗୁ ତାଙ୍କୁ ପୁଣିଥରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି।ବିଗ୍‌ବସ୍‌ ତରଫରୁ ଜାରି ହୋଇଥିବା ଏକ ପ୍ରୋମୋରେ ଦେଖିବାକୁ ମିଳିଛି ଯେ ରଶ୍ମି କିଚେନ୍‌ରେ କାମ କରୁଥିବାବେଳେ ଅରହାନ୍‌ ଓ ଶେଫାଳି ଜରିୱାଲା ଲିଭିଂ ଏରିଆରେ ବସି କଥା ହେଉଛନ୍ତି।  ଅରହାନ୍‌ ତାଙ୍କୁ କହୁଛନ୍ତି ଯେ ତାଙ୍କୁ ଯଦି ‘ବିଗ୍‌ବସ୍‌ ୧୩’ର ଟ୍ରଫି ମିଳେ ତେବେ ସେ ତାକୁ ରଶ୍ମିଙ୍କ ଖୁସି ପାଇଁ ତାଙ୍କୁ ଦେଇଦେବେ। ହେଲେ ତା ପରେ ସେ ଯାହା କହୁଛନ୍ତି ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଅରହାନ୍‌ ଶେଫାଳିଙ୍କୁ କହୁଛନ୍ତି, ‘ଶେଷ ହୋଇଯାଇଥିଲେ ରଶ୍ମି ଦେଶାଇ। ରାସ୍ତାକୁ ପଳେଇ ଆସିଥିଲେ। ବ୍ୟାଙ୍କ ବାଲାନ୍ସ ଶୂନ୍‌ ହୋଇଯାଇଥିଲା। ସେବେଠୁ ତାଙ୍କୁ ଏ ଜାଗା ପର୍ଯ୍ୟନ୍ତ ମୁଁ କେମିତି ନେଇକି ଆସିଛି, ଏହା କେବଳ ମୋ ହୃଦୟ ଜାଣିଛି।’

 

 

ଏ ସମସ୍ତ କଥା ସିକ୍ରେଟ୍‌ ରୁମ୍‌ରେ ରହି ଶୁଣୁଛନ୍ତି ସିଦ୍ଧାର୍ଥ ଶୁକ୍ଲା ଓ ପାରସ ଛାବ୍ରା। ଆଉ ପାରସ୍‌ ଏସବୁ ଶୁଣି ଏ କଥା ରଶ୍ମିଙ୍କୁ କହିଦେବେ ବୋଲି ମଧ୍ୟ କହୁଛନ୍ତି। ତେବେ ଆଗାମୀ ଏପିସୋଡରେ କେଉଁ ନୂଆ ତଡ଼କା ସାମ୍ନାକୁ ଆସିବ ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More