Only for Entertainment

ସଲମାନଙ୍କ ନାରାଜ ହେବାପରେ ମଧ୍ୟ ଅରିଜିତ ଗାଇଲେ ଏହି ଗୀତ,ଭିଡିଓ ହେଲା ଭାଇରାଲ ।

aajtak
0 55

ଅଭିନେତା ସଲମାନ ଏବଂ ଗାୟକ ଅରିଜିତଙ୍କ ମଧ୍ୟରେ ଥିବା ବିବାଦ ଖୁବ ପୁରୁଣା । ଏହି ବିବାଦ କାରଣରୁ ଅରିଜିତଙ୍କୁ କେତେକ ଗୀତ ଗାଇବାର ମୌକା ମଧ୍ୟ ହରାଇବାକୁ ପଡ଼ିଛି । କିନ୍ତୁ ହାତରୁ ଯାଇଥିବା ଏହି ମୌକାକୁ ନିଜ ଇଛାରେ ପୂରଣ କରିଛନ୍ତି ଅରିଜିତ ।

ବାସ୍ତବରେ ଅରିଜିତ ସଲମାନଙ୍କ ହିଟ ଗୀତ ଦିଲ ଦିଅାଁ ଗଲାଁକୁ ଷ୍ଟେଜ ପର୍ଫମାନ୍ସ କରି ନିଜ ଇଛାକୁ ପୂରଣ କରିଛନ୍ତି । ସୂଚନା ଅନୁସାରେ ଏହି ଗୀତକୁ ପ୍ରଥମେ ଅରିଜିତ ଗାଇବେ ବୋଲି ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ସଲମାନଙ୍କ କାରଣରୁ ତାଙ୍କୁ ଏଥିରୁ ପରେ ବାଦ ଦିଆ ଯାଇଥିଲା । କିନ୍ତୁ ଷ୍ଟେଜରେ ଏହି ଗୀତକୁ ଗାଇବା ପରେ ଦର୍ଶକ ଖୁବ ପସନ୍ଦ କରିଥିଲେ । ତେବେ ଗାୟକଙ୍କ ସ୍ୱରରେ ଏହି ଗୀତ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ସେ ସେହି ସମସ୍ତ ଗୀତକୁ ଦର୍ଶକଙ୍କ ସାମ୍ନାରେ ଗାଇଛନ୍ତି ଯେଉଁ ସମସ୍ତ ଗୀତକୁ ତାଙ୍କୁ ସଲମାନଙ୍କ କାରଣରୁ ହରାଇବାକୁ ପଡ଼ିଥିଲା ।

ଖବର ଅନୁସାରେ ୨୦୧୪ରେ ସଲମାନ ଏବଂ ରିତେଶ ଏକ ଆୱାର୍ଡ଼ କାର୍ଯ୍ୟକ୍ରମର ହୋଷ୍ଟ କରୁଥିଲେ । ଅରିଜିତଙ୍କୁ ଆଶିକୀ ଟୁ ପାଇଁ ବେଷ୍ଟ ପ୍ଲେବ୍ୟାକ ସିଙ୍ଗର ଭାବରେ ପୁରସ୍କାର ମଧ୍ୟ ମିଳିଥିଲା । ତେବେ ପୁରସ୍କାର ଆଣିବାକୁ ଯାଇଥିବା ସମୟରେ ସଲମାନ ଅରିଜିତଙ୍କୁ ପଚାରିଥିଲେଯେ ଶୋଇଥିଲା କି? ତେବେ ଅରିଜିତ ମଜାକରେ ଉତ୍ତର ଦେଇଥିଲେଯେ ଆପଣମାନେ ଶୁଆଇଦେଲେ । ଏହାପରେ ସଲମାନ ତୁମ ହି ହୋ ଗୀତର ଧୁନକୁ ଗାଇ କହିଲେଯେ ଯଦି ତୁମେ ଏହିଭଳି ଗୀତ ଗାଇବ ତେବେ ନିଦ ଆସିବ ।

ସଲମାନ ଅରିଜିତଙ୍କ ଉତ୍ତର ମଜାକ ଡଙ୍ଗରେ ଦେଲେ ସତ କିନ୍ତୁ ତାଙ୍କ ମନରେ ଆଟିଟ୍ୟୁଡ ଘର କରି ଦେଇଥିଲା । ଏହାପରେ ଅରିଜିତ ଏକ ପୋଷ୍ଟ ଲେଖି କ୍ଷମା ମଧ୍ୟ ମାଗିଥିଲେ,କିନ୍ତୁ ସଲମାନ ଏପର୍ଯ୍ୟନ୍ତ ଆଟିଟ୍ୟୁଡ ଦେଖାଇବାରୁ ଓହରି ନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More