Only for Entertainment

ଅର୍ଜୁନ ବିଜଲାନୀ ନିଜର ଡିଜିଟାଲ ଡେବ୍ୟୁ ପାଇଁ ଖୁବ ଉତ୍ସାହିତ, ୱେବସିରିଜ ‘ଛବିସ ଗ୍ୟାରହ’ରେ ଆସିବେ ନଜର !

27

ଅର୍ଜୁନ ବିଜଲାନୀ କିଛି ଦିନ ହେବ ୱେବ ସିରିଜର ଆଗାମୀ ଶୃଙ୍ଖଳା ‘ ଛବିସ ଗ୍ୟାରହ’ପାଇଁ ସୁଟିଂ କରୁଛନ୍ତି ଯାହା ଉନ୍ନିଥନଙ୍କ ପୁସ୍ତକ ‘ବ୍ଲାକ ଟାର୍ନେଡୋ ଦ ଥ୍ରୀ ସିଜ ଅଫ ମୁମ୍ବାଇ ୨୬/୧୧ଉପରେ ଆଧାରିତ । ଆଠଟି ଏପିସୋଡର ଏହି ଶୃଙ୍ଖଳା ଅକୁହା କାହାଣୀକୁ ଜାଗ୍ରତ କରୁଛି ଏବଂ ୨୬ନଭେମ୍ବର ୨୦୦୮ରେ ମୁମ୍ବାଇରେ ଲମ୍ବା ସମୟ ପର୍ଯ୍ୟନ୍ତ ହୋଇଥିବା ଆତଙ୍କୀ ଆକ୍ରମଣ ହୋଇଥିବା ସତ୍ୟ ଘଟଣା ଉପରେ ଆଧାରିତ ।

ଅର୍ଜୁନ ଏହି ସିରିଜରେ ଏନଏସଜି କମୋଣ୍ଡୋ ଭୂମିକା ତୁଲାଉଛନ୍ତି ଯିଏ ଅନେକ ଲୋକଙ୍କ ଜୀବନ ବଂଚାଇଥିଲେ ଏବଂ ଏହି ପୂରା ମିଶନର ନେତୃତ୍ୱ କରିଥିବାର ସେ ଜଣେ ମହାନ ହିରୋ ଥିଲେ । ଏହି ସିରିଜ ବିଷୟରେ ଅର୍ଜୁନ କହିଛନ୍ତି ଯେ ୱେବ ସିରିଜର ଅପରେସନ ଟେରର ‘ଛବିସ ଗ୍ୟାରହ’ସହ ନିଜର ଡିଜିଟାଲ ଡେବ୍ୟୁ କରିବା ପାଇଁ ସେ ଖୁବ ଉତ୍ସାହିତ ଅଛନ୍ତି ।

ଯେତେବେଳେ ସେ ଏହି ସ୍କ୍ରିପ୍ଟ ପଢିଥିଲେ ୨୬/୧୧ରେ ହୋଇଥିବା ଘଟଣା ତାଙ୍କୁ ଅସ୍ତବ୍ୟସ୍ତ କରିପକାଇଥିଲା, ଯାହା ବିଷୟରେ ସେ ସମ୍ପୂର୍ଣ୍ଣ କିଛି ଜାଣିନଥିଲେ । ସ୍କ୍ରିପ୍ଟ ପଢିଲା ପରେ ସେ ଜାଣିଲେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାର ଅଛି । ଏହିକାରଣରୁ ସେ ଉତ୍ସାହିତ ଅଛନ୍ତି ।

କୋଂଟିଲେ ପିକଚର୍ସ ର ଅଭିମନ୍ୟୁ ସିଂଙ୍କ ଦ୍ୱାରା ନିର୍ମିତ ଏବଂ ମେଥ୍ୟୁ ଲେଟବିଲେର ଦ୍ୱାରା ସହ-ନିର୍ମିତ ଏହି ସିରିଜରେ ସ୍ୱପ୍ନର ନଗରୀ କୁହାଯାଉଥିବା ମୁମ୍ବାଇର ପରିସ୍ଥିତି ଉପରେ ଏହି କାହାଣୀ ପ୍ରସ୍ତୁତ କରାଯାଇଛି । ଏହାବ୍ୟତୀତ ଅନେକ ଘଟଣା ଯାହା ଆମେ ଜାଣି ନାହୁଁ ସେ ସମ୍ପର୍କରେ ଏହି ସିରିଜରେ ଦେଖିବାକୁ ମିଳିବ । ଏଥିରେ ବିବେକ ଦହିଆ, ସିଡ ମକ୍କାର, ତାରା ଅଲୀଶା ବେରୀ, ଖାଲିଦା ଜାନ, ଜ୍ୟୋତି ଗୌବା, ରୋଶନୀ ସହୋତା, ସୁଜୈନ ବର୍ନର୍ଟ, ନରେନ କୁମାର ଏବଂ ଜେସନ ଶାହ ଏଥିରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More