ଇଣ୍ଡିଆଜ ମୋଷ୍ଟ ୱାଂଟେଡ ଏବଂ ଲଭ ଆଜ କଲ ଟୁ’ରୁ ସାମ୍ନାକୁ ଆସିଲା ଅର୍ଜୁନ-କାର୍ତ୍ତିକଙ୍କ ଫାଷ୍ଟ ଲୁକ ।
ଅର୍ଜୁନ କପୁରଙ୍କ ଆଗାମୀ ଫିଲ୍ମ ମୋଷ୍ଟ ୱାଂଟେଡର ପ୍ରଥମ ଲୁକ ସାମ୍ନାକୁ ଆସିଛି । ଏଥିରେ ଅର୍ଜୁନ ଭିନ୍ନ ଲୁକରେ ନଜର ଆସିଛନ୍ତି । ଏହିଫଟୋକୁ ଅର୍ଜୁନ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଏହା ସହିତ ଆସନ୍ତା କାଲିଫିଲ୍ମରା ଟିଜର ରିଲିଜ ହେବା ସୂଚନା ମଧ୍ୟ ଦେଇଛନ୍ତି । ଫିଲ୍ମର ଲେଖକ ଏବଂ ନିର୍ଦ୍ଦେଶକ ହେଉଛନ୍ତି ରାଜକୁମାର ଗୁପ୍ତା ।
ଏହା ପୂର୍ବରୁ ରାଜକୁମାର ନୋ ୱାନ କିଲଡ ଜେସିକା ଏବଂ ରେଡ ଭଳି ଫିଲ୍ମ ନିର୍ମାଣ କରି ସାରିଛନ୍ତି ।ଫିଲ୍ମ ୨୪ ମଇ ୨୦୧୯କୁ ରିଲିଜ ହେବ ।
ଅର୍ଜୁନଙ୍କ ବ୍ୟତୀତ କାର୍ତ୍ତିକଙ୍କ ଲଭ ଆଜ କଲ ଟୁ’ର ନୂଆ ଲୁକ ସାମ୍ନାକୁ ଆସିଛି ।
ଏହି ଲୁକର ଫଟୋ କାର୍ତ୍ତିକ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଫଟୋରେ କାର୍ତ୍ତିକ ହେୟାର କଟ କରାଉଥିବାର ନଜର ଆସିଛି ।