Only for Entertainment

୨୦୧୯ରେ ବିବାହ କରିବେ ନାହିଁ ଅର୍ଜୁନ କପୁର-ମଲାଇକା ଅରୋରା, ସାମ୍ନାକୁ ଆସିଲା ଅସଲି ସତ ।

DNA India
26

ଲାକ୍ମି ଫ୍ୟାଶନ ୱିକରେ ଏକା ସହିତ ନଜର ଆସିବେ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅଭିନେତା ଅର୍ଜୁନ କପୁର ଲଗାତାର ଚର୍ଚ୍ଚାରେ ରହିଛନ୍ତି । କିଛି ନା କିଛି କାରଣକୁ ନେଇ ଦୁହିଁଙ୍କ ବିଷୟରେ ଖବର ଶୁଣିବାକୁ ମିଳିଥାଏ । କିଛି ଦିନ ହେବେ ଦୁହେଁ ବିବାହ କରିବେ ବୋଲି ମଧ୍ୟ ମିଡିଆରେ ଚର୍ଚ୍ଚା ହେଉଛି । କିନ୍ତୁ ଆପଣଙ୍କୁ କହି ରଖୁଛୁ ଯେ, ଏହି ଖବର ସଂପୂର୍ଣ୍ଣ ମିଛ ।

arjun

ଡିଏନଏର ରିପୋର୍ଟର ଅନୁସାରେ ଅର୍ଜୁନ କପୁର ଏବଂ ମଲାଇକା ଏବେ ପରସ୍ପର ସହିତ ସମୟ ବିତାଇବାକୁ ଚାହୁଁଛନ୍ତି ଏବଂ ତାଙ୍କ ସମ୍ପର୍କକୁ ମଜବୁତ କରିବା ପାଇଁ ଚେଷ୍ଟା କରୁଛନ୍ତି । ସେଥିପାଇଁ ଦୁହେଁ ଏବେ ଠାରୁ କ୍ୱାଲିଟି ଟାଇମ ବିତାଇବା ଆରମ୍ଭ କରି ଦେଇଛନ୍ତି । ଖବର ଅନୁସାରେ ଅର୍ଜନ କପୁର ଭଉଣୀ ଅଂଶୁଲାଙ୍କ ବିବାହ କରାଇବା ପରେ ନିଜ ବିବାହ କରିବେ ।

ଗୋଟିଏ ପଟେ ଅର୍ଜୁନଙ୍କ ପାଖରେ ଅନେକ ଫିଲ୍ମର ଅଫର ଥିବା ବେଳେ ମଲାଇକା ଟିଭି ଶୋ’ରେ ବ୍ୟସ୍ତ ରହୁଛନ୍ତି । ସେଥିପାଇଁ ସେ ବିବାହ କରିବାକୁ ଏବେ ଚିନ୍ତା କରିନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More