Only for Entertainment

ବିବାହ ପୂର୍ବରୁ ଅର୍ଜୁନ -ମଲାଇକା କିଣିଲେ ସ୍ୱପ୍ନର ଘର, ଖୁବ ଶୀଘ୍ର ହୋଇପାରନ୍ତି ସିପ୍ଟ ।

India TV
79

ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅଭିନେତା ଅର୍ଜୁନ କପୁରଙ୍କ ସମ୍ପର୍କ ଏବେ ଚର୍ଚ୍ଚାରେ ରହିଛି । ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଥାଏ । ନିକଟରେ ଦୁହିଁଙ୍କୁ କରଣ ଜୋହରଙ୍କ ସହତ ଡିନର କରି ଫେରୁଥିବାର ଦେଖିବାକୁ ମିଳିଥିଲା । ଦୁହେଁ ଖୁବ ଶୀଘ୍ର ବିବାହ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳିଛି । ତେବେ ନିକଟରେ ଦୁହିଁଙ୍କ ବିଷୟରେ ଏମିତି ଏକ ଖବର ଶୁଣିବାକୁ ମିଳିଛି ଯାହା ଦୁହିଁଙ୍କ ବିବାହ ଆଡକୁ ଇଶାରା କରୁଛି । ଖବର ଅନୁସାରେ ଅର୍ଜୁନ ଏବଂ ମଲାଇକା ମିଶି ଏକ ଫ୍ଲାଟ କିଣିଛନ୍ତି ।

ରିପୋର୍ଟ ଅନୁସାରେ ଦୁହେଁ ଲୋଖଣ୍ଡେୱାଲା କମ୍ପପ୍ଲେକ୍ସରେ ଏକ ଫ୍ଲାଟ କିଣିଛନ୍ତି । ଦୁହେଁ ଏହି ଫ୍ଲାଟରେ ଏକା ସହିତ ରିହିବେ କି ନାହିଁ ସେ ବିଷୟରେ ଏବେ କୌଣସି ସୂଚନା ମିଳିନାହିଁ । ନିକଟରେ କଫି ୱିଥ କରଣରେ ଅର୍ଜୁନ ନିଜ ରିଲେସନସିପ ଷ୍ଟାଟସ ବିଷୟରେ କହିଥିଲେ । କରଣଙ୍କ ପ୍ରଶ୍ନରେ ଅର୍ଜୁନ କହିଥିଲେ ଏବେ ସେ ସିଙ୍ଗଲ ନାହାଁନ୍ତି । ତେବେ ଦୁଇ ଷ୍ଟାର ଖୋଲା ଖୋଲି ଭାବେ ଏପର୍ଯ୍ୟନ୍ତ ନିଜ ରିଲେସନସିପ ବିଷୟରେ କହିନାହାଁନ୍ତି ।

ଅର୍ଜୁନଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଏବେ ପାନିପଥର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ଲୁକ ଖୁବ ଭିନ୍ନ ରହିବ ବୋଲି ଶୁଣିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More