Only for Entertainment

ଅର୍ଜୁନ କପୂରଙ୍କ ହାତରେ ଲାଗିଲା ଏହି ସୁପରହିଟ ରିମେକ, ବଦଳିପାରେ ଭାଗ୍ୟ !

60

ନିକଟରେ ଅର୍ଜୁନ କପୂରଙ୍କ ସମସ୍ତ ଫିଲ୍ମ ଫ୍ଲପ ହେବାରେ ଲାଗିଛି । ତାଙ୍କ ଫିଲ୍ମ ଦେଖିବା ପରେ ଦର୍ଶକ ନିଷ୍ପତି ନେଇଛନ୍ତି ଯେ ତାଙ୍କ ଫିଲ୍ମରେ କୌଣସି ଦମ ନାହିଁ । କିନ୍ତୁ ଏବେ ଖବର ଶୁଣିବାକୁ ମିଳିଛି ଯେ ତାଙ୍କ ଖାତାରେ ହିଟ ଫିଲ୍ମ ଯୋଡି ହେବାକୁ ଯାଉଛି । ଯଦି ଏଭଳି ହୁଏ ତେବେ ତାଙ୍କ ଉପରୁ ଫ୍ଲପ ହିରୋ ଟ୍ୟାଗ ହଟିଯିବ ।

ଅସଲରେ ଖବର ରହିଛି ଯେ ବୋନି କପୂର ପୁଅ ପାଇଁ ତାମିଲ ସୁପରହିଟ ଫିଲ୍ମ କୋମାଲୀ’ର ରିମେକ ରାଇଟ୍ସ କିଣି ନେଇଛନ୍ତି । ଯେଉଁଥିରେ ଅର୍ଜୁନ କପୂର ମୁଖ୍ୟ ଭୂମିକାରେ ନଜର ଆସିବେ । ଅର୍ଜୁନ କପୂରଙ୍କ ବାପା ବୋନି କପୂର କହିଛନ୍ତି ଯେ, ସେ ‘କୋମାଲୀ’ର ଅଧିକାରିକ ରାଇଟ୍ସ କିଣି ନେଇଛନ୍ତି । ଏହି ଫିଲ୍ମକୁ ସେ ଯେ କୌଣସି ଭାଷା ରେ ପ୍ରସ୍ତୁତ କରି ରିଲିଜ କରିପାରିବେ ।

ଏଠାରେ କହିରଖୁଛୁ ଯେ ଫିଲ୍ମ ‘କୋମାଲୀ’ ଏକ ଏଭଳି ବ୍ୟକ୍ତିଙ୍କ କାହାଣୀ, ଯିଏ ଅନେକ ଦିନ ଧରି କୋମାରେ ରହିଥିଲା । କୋମାରୁ ବାହାରିବା ପରେ ତାଙ୍କୁ ଉପସ୍ଥିତ ସମୟ ହିସାବରେ ନିଜକୁ ଢଳିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ପ୍ରଦୀପ ରଙ୍ଗନାଥଙ୍କ ଲିଖିତ ଏବଂ ନିର୍ଦ୍ଦେଶିତ ଏହି ଫିଲ୍ମରେ ଜୟମ ରବି, କାଜଲ ଅଗ୍ରୱାଲ ଏବଂ ସଂଯୁକ୍ତା ହେଗଡେ ଅଭିନୟ କରିଛନ୍ତି । ଏହି ଫିଲ୍ମ ଲୋକଙ୍କୁ ଖୁବ ପସନ୍ଦ ଆସିଛି ।

ସେହିଭଳି ଅର୍ଜୁନଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ନିଜ ଅପକମିଂ ଫିଲ୍ମ ‘ପାନିପତ’କୁ ନେଇ ଖୁବ ପରିଶ୍ରମ କରୁଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ୬ଡିସେମ୍ବରରେ ରିଲିଜ ହେବ ବୋଲି ନିର୍ଦ୍ଦେଶକ ଆଶୁତୋଷ ଗୋବାରିକର କହିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏହା ଏକ ପିରିଅଡ ଡ୍ରାମା ଅଟେ । ଏଥିରେ ଅର୍ଜୁନ ମରାଠା ଯୋଦ୍ଦା ସଦାଶିବରାଓଙ୍କ ଭାଉ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More