Only for Entertainment

ପିତା ବୋନି କପୁରଙ୍କ ୬୩ ତମ ଜନ୍ମଦିନ ପାଳନ କଲେ ଅର୍ଜୁନ କପୁର, ନଜର ଆସିଲା ପୁରା ପରିବାର ।

aajtak
40

ବଲିଉଡର ଜଣାଶୁଣା ଫିଲ୍ମମେକର ବୋନି କପୁର ଆଜି ନିଜର ୬୩ ତମ ଜନ୍ମଦିନ ପାଳନ କରୁଛନ୍ତି । ଶନିବାର ରାତିେରେ ବେନିଙ୍କ ଜନ୍ମଦିନ ପାଇଁ ପୁଇ ଅର୍ଜୁନ କପୁର ଏକ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ପୁରା କପୁର ପରିବାରକୁ ଦେଖିବାକୁ ମିଳିଥିଲା । ବୋନି ଏବଂ ଅର୍ଜୁନଙ୍କ ସମେତ ପାର୍ଟିରେ ଅଁଶୁଳା କପୁର, ଜାହ୍ନବୀ କପୁର, ଖୁସୀ କପୁର, ସଂଜୟ କପୁର, ଜହାନ କପୁର, ଶନାୟା କପୁର, ମାହୀପ କପୁର, ମୋହିତ ମାରୱା, ଅନ୍ତରା ମୋତିବାଲା, ରିନା ମାରୱା ଏବଂ ନିର୍ମଳ କପୁର ନଜର ଆସିଥିଲେ ।

 

କହିରଖୁଛୁ ଯେ, ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ନିଧନ ପରେ ଏହା ବୋନି କପୁରଙ୍କ ପ୍ରଥମ ଜନ୍ମଦିନ । ତାଙ୍କର ଏହି ଜନ୍ମଦିନକୁ ଖାସ କରିବା ପାଇଁ ସମସ୍ତ ଚେଷ୍ଟା କରିଥିଲେ । ଅର୍ଜୁନ କପୁର ପାର୍ଟିର ଫଟୋ ଇଂଷ୍ଟାଗ୍ରାମରେ ସେୟାର କରି ଲେଖିଥିଲେ, ଆପଣ ମିଷ୍ଟ ଇଣ୍ଡିଆ ନାମରେ ଏକ ଫିଲ୍ମ ନିର୍ମାଣ କରିଥିଲେ, ଏହି ଫିଲ୍ମର ଗୋଟିଏ ଲାଇନ ଥିଲା ଜିନ୍ଦଗୀ କି ଏହି ରିତ ହାର କେ ବାଦ ହି ଜିତ । ଖରାପ ସମୟ ପରେ ଭଲ ସମୟ ଆସିଥାଅ ପାପା । ଜନ୍ମଦିନର ଶୁଭକାମନା । ପରିବାର ତରଫରୁ, ଆପଣଙ୍କ ତିନି ଛୁଆ ଏବଂ ଲିଜେଣ୍ଡ ଖୁସି ତରଫରୁ ସବୁ ଖୁସି ମିିଳୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More