Only for Entertainment

ମଲାଇକାଙ୍କ କିଲର ଲୁକ ଦେଖି ନିଜକୁ ରୋକି ପାରିଲେ ନାହିଁ ଅର୍ଜୁନ । କରିଦେଲେ ଏଭଳି କମେଂଟ ।

bollywood tadka
39

ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅର୍ଜୁନ କପୁର ଏବେ ଅଫେୟରକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଖବର ଆସିଥିଲାଯେ ଦୁଇ ଜଣ ଆସନ୍ତା ମାସରେ ବିବାହ କରିପାରନ୍ତି । ସେ ଯାହା ହେଉ କାରଣ ଏହି କଥାର କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । କିନ୍ତୁ ଦୁଇଜଣ ପରସ୍ପରକୁ ପ୍ରେମ କରନ୍ତି ଏହାର ପ୍ରମାଣ ବାରମ୍ବାର ଦେଖିବାକୁ ମିଳିଛି । ବାସ୍ତବରେ ମଲାଇକା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଫଟୋ ଶେୟାର କରିଛନ୍ତି । ଫଟୋରେ ମଲାଇକା ଧଳା ରଙ୍ଗର ବ୍ଲେଜର ସୁଟ ପିନ୍ଧିଥିବାର ନଜର ଆସିଛନ୍ତି ।

 

ବସି ଲୁକରେ ମଲାଇକା ଖୁବ ସୁନ୍ଦର ଦେଖା ଯାଉଛନ୍ତି । ମଲାଇକାଙ୍କ ଏହି ଫଟୋ ଦେଖି ନିଜକୁ ରୋକି ପାରିଲେ ନାହିଁ ଅର୍ଜୁନ କପୁର । ସେ ମଲାଇକାଙ୍କ ଫଟୋରେ କମେଂଟ କରିଛନ୍ତି । କମେଂଟରେ ଅର୍ଜୁନ ଲେଖିଛନ୍ତି ଏ ରୟାଲ ମାସ । ମଲାଇକା ଅର୍ଜୁନଙ୍କ କମେଂଟରେ ଉତ୍ତର ଦେଇ ଲେଖିଛନ୍ତି ଅଛା!

ଅର୍ଜୁନଙ୍କ ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଅର୍ଜୁନ ଫିଲ୍ମ ପାନୀପତର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଆଶୁତୋଷ ଗ୍ୱାରିକର । ଏହା ତୃତୀୟ ପାନିପତ ଯୁଦ୍ଧ ଉପରେ ପର୍ଯ୍ୟବେଷିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More