Only for Entertainment

ଏହି ଫିଲ୍ମରୁ ବାହାରିଲେ ସଲମାନ,ନଜର ଆସିବେ ଅର୍ଜୁନ କପୁର ।

Zee News - India.com
23

ନୋ ଏଂଟ୍ରିକୁ ବଲଉଡର ଭଲ ଫିଲ୍ମ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ଏହି ଫିଲ୍ମରେ ସଲମାନ ଖାନ,ଅନିଲ କପୁର ଓ ବିପାଶା ବସୁ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏବେ ନିର୍ଦ୍ଦେଶକ ଅନୀଷ ବଜମୀ ଏହାର ସିକ୍ୱେଲ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁସାରେ ଏହି ସିକ୍ୱେଲରେ ସଲମାନ ନଜର ଆସିବେ ନାହିଁ । ସଲମାନଙ୍କ ସ୍ଥାନ ନେବେ ଅର୍ଜୁନ କପୁର ।

ଏହି ଫିଲ୍ମର ସିକ୍ୱେଲ ବିଷୟରେ ୬ ବର୍ଷ ପୂର୍ବରୁ ଘୋଷଣା କରାଯାଇଥିଲା । ଯାହାର ନାମ ନୋ ଏଂଟ୍ରିରେ ଏଂଟ୍ରି ବୋଲି କୁହାଯାଉଥିଲା । ପ୍ରଥମେ କୁହାଗଲାଯେ ସଲମାନ ଏହି ଫିଲ୍ମରେ ନଜର ଆସିବେ । କିନ୍ତୁ ଅଫିସିଆଲ ଘୋଷଣା ହୋଇନଥିଲା ।ପିଙ୍କଭିଲା ରିପୋର୍ଟ ଅନୁସାରେ ଅର୍ଜୁନ ସଲମାନଙ୍କୁ ରିପ୍ଲେସ କରିବେ । ଫିଲ୍ମର ସୁଟିଂ ଆସନ୍ତା ବର୍ଷ ସେପ୍ଟେମ୍ବରକୁ ଆରମ୍ଭ ହେବ ।

ଗତ ବର୍ଷ ଅନୀଷ କହିଥିଲେଯେ ଫିଲ୍ମର ସିକ୍ୱେଲ ଯେମିତି ହେଉ ହେବ । ସଲମାନ ଫିଲ୍ମରେ ରୁହନ୍ତୁ ବା ନ ରୁହନ୍ତୁ । ସଲମାନ ଜଣେ କମାଲ ଆକ୍ଟର । ଯଦି ସେ ଫିଲ୍ମରେ ରହିବେ ତେବେ ଭଲ ହେବ । ଯଦି ନ ରହିବେ ଅନ୍ୟ ଆକ୍ଟର ଖୋଜାଯିବ ।ନିକଟରେ ଅର୍ଜୁନ ଫିଲ୍ମ ନମସ୍ତେ ଇଂଲଣ୍ଡରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More