Only for Entertainment

ପ୍ରଥମଥର ପାଇଁ ସ୍କ୍ରିନ ସେୟାର କରିବେ ଅର୍ଜୁନ କପୁର- ରକୁଲପ୍ରିତ, ଜନ ଆବ୍ରାହମ ନେଇ ଆସୁଛନ୍ତି ନିଆରା କାହଣୀ…

21

ବଲିଉଡ ଷ୍ଟାର ରକୁଲପ୍ରିତ ସିଂ ଓ ଅଭିନେତା ଅର୍ଜୁନ କପୁର ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଖୁବ ଶୀଘ୍ର ଦୁଇ ଷ୍ଟାର୍ସ ଜନ ଆବ୍ରାହମଙ୍କ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଆଗାମୀ ରୋମାଣ୍ଟିକ କମେଡୀ ଡ୍ରାମା ଫିଲ୍ମରେ ଏକା ସହିତ ନଜର ଆସିବେ । ଜନ ଆବ୍ରାହମଙ୍କ ବ୍ୟତିତ ଫିଲ୍ମକୁ ଭୂଷଣ କୁମାର ଏବଂ ନିଖିଲ ଆଡଭାଣୀ ପ୍ରଡ୍ୟୁସ କରିବେ ।

ଏହି ଫିଲ୍ମର ନିର୍ଦ୍ଦେଶନା ନିଖିଲ ଆଡଭାଣୀଙ୍କ ସହିତ ଆସିଷ୍ଟାଣ୍ଟ ଡିରେକ୍ଟର ଭାବେ କାମ କରି ସାରିଥିବା ନିର୍ଦ୍ଦେଶକ କାଶୱି ନାୟର କରିବେ । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଏହି ଫିଲ୍ମ ବିଷୟରେ ସୂଚନା ଦେଇିଛନ୍ତି । ତେବେ ମେକର୍ସ ଏପର୍ଯ୍ୟନ୍ତ ଫିଲ୍ମର ଟାଇଟଲ ଫାଇନାଲ କରିନାହାଁନ୍ତି ।

ନିକଟରେ ଫିଲ୍ମକୁ ନେଇ ନିଖିଲ କହିଛନ୍ତି, ‘ଏହା ଏକ ରୋମାଣ୍ଟିକ କାହାଣୀ ଉପରେ ଆଧାରିତ । ଏହାକୁ ଅନୁଜା ଚୌହାନ, ଅମିତୋଶ ନାଗପାଲ ଏବଂ କାଶବୀ ଲେଖିଛନ୍ତି ।’ ଏହି ଫିଲ୍ମର ଅଧିକାଂଶ ସୁଟିଂ ପଂଜାବ ଏବଂ ଲସ ଏଞ୍ଜେଲିସରେ ସୁଟ କରାଯିବ । ଖୁବ ଶୀଘ୍ର ଫିଲ୍ମର ରିଲିଜ ଡେଟ ଏବଂ ଟାଇଟଲର ଆନାଉନ୍ସ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More