Only for Entertainment

ପାନିପତରେ ସହିଦ ହୋଇଥିବା ଯୋଦ୍ଧାଙ୍କୁ ଅର୍ଜୁନ କପୁରଙ୍କ ସଲାମ, ସେୟାର କଲେ ଭିଡିଓ

DNA India
29

ବଲିଉଡ ଅଭିନେତା ଅର୍ଜୁନ କପୁର ଖୁବ ଶୀଘ୍ର ପିରିୟଡ ଡ୍ରାମା ଫିଲ୍ମ ‘ପାନିପତ’ରେ ନଜର ଆସିବେ । ଫିଲ୍ମରେ ଅର୍ଜୁ ନ କପୁରଙ୍କୁ ଭିନ୍ନ ଲୁକରେ ଦେଖିବାକୁ ମିଳିବ । ଫିଲ୍ମରେ ପାନିପତରେ ହୋଇଥିବା ଲଢେଇ ଦେଲଖିବାକୁ ମିଳିବ । ପନିପତର ତୃତୀୟ ଲଢେ ଇ ୨୫୦ ବର୍ଷ ପୂର୍ବେ ୧୪ ଜାନୁଆରୀ ଅର୍ଥାତ ଆଜିର ଦିନ ରେ ହୋଇଥିଲା । ଅଭିନେତା ଅର୍ଜୁନ କପୁର ପନିପତରେ ସହିଦ ହୋଇଥିବା ଯୋଦ୍ଧାମାନଙ୍କୁ ମନେ ପକାଇ ଏକ ଭିଡିଓ ସେୟାର କରିଛନ୍ତି ।

ଭିଡିଓ ସେୟାର କରି ଅର୍ଜୁନ କହିଛନ୍ତି, ‘ ନମସ୍କାର, ୨୫୦ ବର୍ଷ ପୂର୍ବେ ଆଜିର ଦିନରେ ଐତିହାସିକ ପାନିପତର ତୃତୀୟ ଲଢେଇ ହୋଇଥିଲା । ଆଫଗାନ ଏବଂ ମରାଠୀମାନଙ୍କ ମଧ୍ୟରେ ଏହି ଯୁଦ୍ଧ ହୋଇଥିଲା । ମୋ ର ଆଗାମୀ ଫିଲ୍ମରେ ପାନିପତ ଯୁଦ୍ଧ ଦେଖିବାକୁ ମିଳିବ । ଆଶା କରୁଛୁ ଆପଣ ଏହାକୁ ପସନ୍ଦ କରିବେ । ମୁଁ ଏବେ ସୁଟିଂରେ ଯାଉଛି କିନ୍ତୁ ଯିବା ପୂର୍ବରୁ ପନିପତରେ ସହିଦ ହୋଇଥିବା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି । ’

ଦେଖନ୍ତୁ ଭିଡିଓ-

ଫିଲ୍ମ ପାନିପତ ପାଇଁ ଅର୍ଜୁନ ଖାସ ପ୍ରସ୍ତୁତି କରିଛନ୍ତି । ନିକଟରେ ଫିଲ୍ମ ପାଇଁ ଅର୍ଜୁନ ଘୋଡା ଚାଳନା ମଧ୍ୟ ତାଲିମ ନେଇଛନ୍ତି । ଏହି ପିରିଅଡ ଡ୍ରାମା ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଆଶୁତୋଷ । ଫିଲ୍ମରେ ଅର୍ଜୁନ କପୁରଙ୍କ ବ୍ୟତିତ ସଂଜୟ ଦତ୍ତ ଏବଂ କୃତି ସେନନ ମଧ୍ୟ ନଜର ଆସିବେ । କିଛି ଦିନ ପୂର୍ବରୁ ପାନିପତର ପୋଷ୍ଟର ରିସଲିଜ କରାଯାଇଛି ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More