ଅର୍ଜୁନ କପୁର ୨୨ ବର୍ଷ ପୂର୍ବେ ମା’ଙ୍କ ପାଇଁ ଲେଖିଥିଲେ ଏହି ଚିଠି, ଇମୋସନାଲ ପୋଷ୍ଟ ସେୟାର କରି କହିଲେ ଏହି କଥା
ଅର୍ଜୁନ କପୁର ସୋସିଆଲ ମିଡିଆରେ ଏକ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟ ସେୟାର କରି ଅର୍ଜୁନ ମା’ ମୋନା ଶୌରୀ କପୁରଙ୍କୁ ମନେପକାଇଛନ୍ତି । ଅର୍ଜୁନ ୧୨ ବର୍ଷ ବୟସରେ ମା’ଙ୍କ ପାଇଁ ଲେଖିଥିବା ଏକ ଚିଠି ଫ୍ୟାନ୍ସଙ୍କ ସହିତ ସେୟାର କରିଥିଲେ ।
ଚିଠିକୁ ଇଣ୍ଟାଗ୍ରାମରେ ସେୟାର କରି ଅର୍ଜୁନ ଲେଖିଥିଲେ ଆଜି ବି ସକାଳୁ ଉଠିଲେ ତୁମ କଥା ବହୁତ ବହୁତ ମନେପଡେ । ମା’ଙ୍କ ଯିବା ପରେ ସେ ଖୁବ ଭାଙ୍ଗି ଯାଇଛନ୍ତି ଏବଂ ଏବେ ନିଜକୁ ସଜାଡୁଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଅର୍ଜୁନ ମା’ଙ୍କ ପାଇଁ ପୋଷ୍ଟରେ କ’ଣ ଲେଖିଛନ୍ତି ।
ଆପଣଙ୍କୁ କହିରଖୁଛୁ ଯେ, ୨୦୧୨ରେ ଅର୍ଜୁନ ୨୭ ବର୍ଷର ହୋଇଥିବା ବେଳେ ତାଙ୍କ ମା’ ମୋନା କପୁରଙ୍କର ନିଧନ ହୋଇଯାଇଥିଲା । ଅର୍ଜୁନଙ୍କୁ ସେତେବେଳେ ଖୁବ ଆଘାତ ଲାଗିଥିଲା । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅର୍ଜୁନ ଖୁବ ଶୀଘ୍ର ଫିଲ୍ମ ପାନିପତରେ ନଜର ଆସିବେ । ଫିଲ୍ମରେ ଅର୍ଜୁନଙ୍କ ବ୍ୟତିତ ସମଜୟ ଦତ୍ତ ଏବଂ କ୍ରିତି ସାନନ ପରି କଳାକାର ନଜର ଆସିବେ ।