Only for Entertainment

ଏହି ଫିଲ୍ମରେ ଜାସୁସ ଭୂମିକାରେ ନଜର ଆସିବେ ଅର୍ଜୁନ କପୁର

india
30

ବଲିଉଡ ଅଭିନେତା ଅର୍ଜୁନ କପୁର ପୁଣି ଥରେ ଚର୍ଚ୍ଚାରେ । ଖବର ଅନୁସାରେ ଖୁବ ଶୀଘ୍ର ସେ ରୁପେଲି ପରଦାରେ ଜାସୁସ ଭୂମିକାରେ ନଜର ଆସିବେ । ବଲିଉଡ ନିର୍ଦ୍ଦେିଶକ ରାଜ କୁମାର ଗୁପ୍ତା ଏବେ କ୍ରାଇମ ଡ୍ରାମା ଫିଲ୍ମ ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ ନାମ ଫିଲ୍ମ ନିର୍ମାଣ କରୁଛନ୍ତି । ଏହି ଫିଲ୍ମରେ ଅର୍ଜୁନ କପୁର ଲିଡ ରୋଲରେ ନଜର ଆସିବେ । ଫିଲ୍ମ ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡର କାହଣୀ ସତ ଘଟଣା ଉପରେ ଆଧାରିତ । ଫିଲ୍ମରେ ଅର୍ଜୁନଙ୍କ ନାଂମ ରହିଛି ପ୍ରଭାତ । ଏହା ରବିନ୍ଦ୍ର କୌଶିକ ନାମକ ଜଣେ ବ୍ୟକ୍ତିର ସତ କାହଣୀ ।

ଏହି ଫିଲ୍ମର ସ୍କ୍ରିପ୍ଟ ଲେଖିଛନ୍ତି ରାଜକୁମାର ଗୁପ୍ତା । ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ ଫିଲ୍ମ ବିଷୟରେ ରାଜକୁମାର ଗୁପ୍ତା କହିଛନ୍ତି ଯେ, ସେ ୩ବର୍ଷରୁ ଫିଲ୍ମର କାହଣୀ ବିଷୟରେ କାମ କରୁଛନ୍ତି । ଏହି କାହଣୀ ତାଙ୍କୁ ଖୁବ ପ୍ରେରଣା ଦେଇଛି । ଏହି କାରଣରୁ ସେ ଫିଲ୍ମକୁ ଆଗାକୁ ବଢାଇଥିଲେ ।

ଅର୍ଜୁନଙ୍କ ବିଷୟରେ କହିବାକୁ ଗଲେ, ସେ ରିଲ ଅପେକ୍ଷା ରିୟଲ ଲାଇଫକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି । ମଲାଇକାଙ୍କ ସହିତ ତାଙ୍କର ସମ୍ପର୍କ ଖୁବ ଶୀଘ୍ର ବିବାହର ରୂପ ନେଇ ପାରେ ବୋଲି ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More