Only for Entertainment

ଟ୍ରେଲର ରିଲିଜ ପୂର୍ବରୁ ଜାହ୍ନବୀଙ୍କ ପାଇଁ ଅର୍ଜୁନ ଲେଖିଲେ ଇମୋଶନାଲ ମେସେଜ, ଫିଲ୍ମ ‘ଧଡକ’ ପାଇଁ ଦେଲେ ଶୁଭେଚ୍ଛା

zee news
0 53

ବଲିଉଡ ଦବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀଙ୍କ ପାଇଁ ସୋମବାର ଅର୍ଥାତ ଆଜିର ଦିନଟି ଖାସ ରହିବ । ଆଜି ଜାହ୍ନବୀଙ୍କ ପଥମ ଫିଲ୍ମ ‘ଧଡକ’ର ଟ୍ରେଲର ରିଲିଜ ହେବ ଏହା ସହିତ ପ୍ରଥମଥର ପାଇଁ ତାଙ୍କ ଫାନ୍ସ ଏବଂ ଦର୍ଶକ ତାଙ୍କୁ ଅଭିନେତ୍ରୀ ରୂପରେ ଦେଖିବେ । କରଣ ଜୋହରଙ୍କ ପ୍ରଡକ୍ସନ ହାଉସରେ ନିର୍ମିତ ଏହି ଫିଲ୍ମରେ ଜାହ୍ନବୀ ଇଶାନ ଖଟ୍ଟରଙ୍କ ସହିତ ନଜର ଆସିବେ ।

ଟ୍ରେଲର ରିଲିଜରେ ପୁରା ପରିବାର ଜାହ୍ନବୀଙ୍କ ସହିତ ରହିବେ ସତ କିନ୍ତୁ ତାଙ୍କ ଭାଇ ଅର୍ଜୁନ କପୁର ଟ୍ରେଲର ଲଂଚ ସମୟରେ ଉପସ୍ଥିତ ରହିପାରିବେ ନାହିଁ । କାରଣ ଅର୍ଜୁନ ନିଜର ଫିଲ୍ମ ପାଇଁ ଏବେ ଇଂଲଣ୍ଡରେ ଅଛନ୍ତି । ତେବେ ଟ୍ରେଲର ଲଂଚ ପୂର୍ବରୁ ଅର୍ଜୁନ ଜାହ୍ନବୀଙ୍କ ପାଇଁ ଏକ ଇମୋଶନାଲ ମେସେଜ ଟୁଇଟ କରି ସେୟାର କରିଛନ୍ତି ।


ଅର୍ଜୁନ ଗୋଟିଏ ପରେ ଗୋଟିଏ ୩ଟି ଟୁଇଟ କରି ଲେଖିଥିଲେ, ‘କାଲି ତୁମେ ସବୁଦିନ ପାଇଁ ଦର୍ଶକଙ୍କ ଅଂଶ ହେବାକୁ ଯାଉଛ । କାଲି ତୁମ ଫିଲ୍ମର ଟ୍ରେଲର ରିଲିଜ ହେବ । ପ୍ରଥମେ ମୁଁ କ୍ଷମା ମାଗିବାକୁ ଚାହେଁ କାରଣ ମୁଁ ମୁମ୍ବାଇରେ ନାହିଁ । କିନ୍ତୁ ମୁଁ ସବୁବେଳେ ତୁମ ସହିତ ଅଛି ।’ ଏହା ସହିତ ସେ ଆଉ ଏକ ଟୁଇଟରେ କହିଥିଲେ ଏହା ଏକ ଭଲ ପ୍ରୋଫେଶନ ଯଦି ତୁମେ ସର୍ବଦା ପରିଶ୍ରମ ଏବଂ ନିଷ୍ଠାର ସହିତ କାମ କରିବ । ଅନ୍ୟର ଉପଦେଶକୁ କାମରେ ଲଗାଇବ ଏବଂ ନିଜ ରାସ୍ତାରେ ଚାଲିବ । ମୋତେ ଜଣା ଏହା ସହଜ ନୁହେଁ କିନ୍ତୁ ମୁଁ ଜାଣେ ତୁମେ ଏଥିପାଇଁ ପ୍ରସ୍ତୁତ । ଏହା ସହିତ ଅର୍ଜୁନ ‘ଧଡକ’ ପାଇଁ ଶୁଭେଚ୍ଛା ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଫିଲ୍ମ ‘ଧଡକ’ ମରାଠୀ ପିଲ୍ମ ‘ସୈରାଟ’ର ରିମେକ । ଫିଲ୍ମର ଟ୍ରେଲର ଆଜି ୧୧ ଟାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More