Only for Entertainment

ଅର୍ଜୁନ କପୁରଙ୍କ ଫିଲ୍ମ ‘ପାନୀପତ’ର ପ୍ରଥମ ପୋଷ୍ଟର ରିଲିଜ, ଇତିହାସକୁ ବଦଳାଇଥିବା ଲଢେଇ ଏହି ଦିନ ହେବ ରିଲିଜ

google
19

ଅର୍ଜୁନ କପୁରଙ୍କ ଆଗାମୀ ହାଇ ବଜେଟ ଫିଲ୍ମ ପାନୀପତକୁ ନେଇ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଐତିହାସିକ ଘଟଣା ଉପରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇବେ ଆସୁତୋଷ ଗୋୱାରିକର । ଫିଲ୍ମରେ ଅର୍ଜୁନ କପୁର ମନ୍ତ୍ରୀ (ପେଶୱା) ଭୂମିକାରେ ନଜର ଆସିବେ । ଫିଲ୍ମରେ ଅର୍ଜୁନ କପୁରଙ୍କ ବ୍ୟତିତ ସଂଜୟ ଦତ୍ତ ଓ କୃତି ସେନନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ନିକଟରେ ଓ ଫିଲ୍ମର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି । ଏହି ପୋଷ୍ଟରରେ ପାନୀପତରେ ହୋଇଥିବା ଲଢେଇକୁ ଦର୍ଶା ଯାଇଛି । ଫିଲ୍ମର ପୋଷ୍ଟରକୁ ଅର୍ଜୁନ କପୁର ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ଆଶୁତୋଷ ଗୋୱାରିକରଙ୍କ ଏହି ଫିଲ୍ମ ୬ ଡିସେମ୍ବରରେ ରିଲିଜ ହେବ । ସେହି ଦିନ କାର୍ତ୍ତିକ ଆର୍ୟଙ୍କ ଫିଲ୍ମ ପତି ପତ୍ନୀ ଔର ୱ ମଧ୍ୟ ପରଦାକୁ ଆସିବ । ଦୁଇଟି ଫିଲ୍ମ ପରସ୍ପର ଠାରୁ ଖୁବ ଭିନ୍ନ ସତ କିନ୍ତୁ ବକ୍ସ ଅଫିସରେ ଦୁହେଁ ଦୁହିଁଙ୍କୁ ଜୋରଦାର ଟକ୍କର ଦେବେ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More