Only for Entertainment

ବିଜୟର ଖୁସିକୁ ଦର୍ଶାଉଛି ଅର୍ଜୁନ କପୁରଙ୍କ ଫିଲ୍ମ ‘ପାନୀପତ’ର ନୂଆ ଗୀତ ‘ମନ ମେଁ ଶିବା’, ଦେଖନ୍ତୁ

ଅର୍ଜୁନ କପୁରଙ୍କ ଫିଲ୍ମ ‘ପାନୀପତ’ର ଦ୍ୱିତୀୟ ଗୀତ ‘ମନ ମେଁ ଶିବା’ ରିଲିଜ ହୋଇପଛି । ଏହି ନୂଆ ଗୀତରେ କୃତି ସେନନ ଏବଂ ଅଜଜ୍ଞୁନ କପୁରଙ୍କ ଡ୍ୟାନ୍ସର ଜଲୱା ଦେଖିବାକୁ ମିଳିଛି । ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି । ଫିଲ୍ମର ଟ୍ରେଲର ପରି ମେକର୍ସ ରିଲିଜ କରିଥିବା ଗୀତ ଫ୍ୟାନ୍ସଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଦେଇଛି । ଫିଲ୍ମର ଏହି ନୂଆ ଗୀତରେ ମରାଠା ସେନାଙ୍କ ବିଜୟର ଗୁଣଗାନ ଶୁଣିବାକୁ ମିଳିଛି । ସଦାଶିବ ଭାଉଙ୍କ ନେତୃତ୍ୱରେ ଦିଲ୍ଲୀ ବିଜୟ ପରେ ମରାଠା ମାନେ ବିଜୟର ଖୁସି ମନାଉଥିବା ଗୀତରେ ଦେଖିବାକୁ ମିଳିଛି ।

ଏହି ଗୀତକୁ ପ୍ରସିଦ୍ଧ ଲେଖକ ଜାବେଦ ଅଖତର ଲେଖିଥିବା ବେଳେ ଅଜୟ-ଅତୁଲଙ୍କ ଫେମସ ଯୋଡି ଏହାର ସଙ୍ଗୀତ ଦେଇଛନ୍ତି । ଗୀତରେ କୁନାଲ ଗାଞ୍ଜାୱାଲା ଏବଂ ଦୀପାଂଶୀ ନାଗର ଭଏସ୍ ଦେଇଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଅଜ ର୍ୁନ କପୁରଙ୍କ ଏହି ଫିଲ୍ମ ପାନୀପତର ତୃତୀୟ ଯୁଦ୍ଧ ଉପରେ ଆଧାରିତ । ୧୭୬୧ର ମରାଠା ସାମ୍ରାଜ୍ୟର ବାହାଦୂର ସେନାନାୟକ ସଦାଶିବ ରାଓ ଭାଉ ଭୂମିକାରେ ଅର୍ଜୁନ ନଜର ଆସିଛନ୍ତି । ଫିଲ୍ମରେ ଅର୍ଜୁନ କପୁରଙ୍କ ବ୍ୟତିତ କୃତି ସେନନ, ସଂଜୟ ଦତ୍ତ ଆଦି କଳାକାର ନଜର ଆସିବେ । ଫିଲ୍ମ ୬ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More