୨୬ ଜୁଲାଇରେ ରିଲିଜ ହେବାକୁ ଥିବା ଫନି କମେଡି ସିନେମା ‘ଅର୍ଜୁନ ପଟିଆଲା’ର ଆଉ ଏକ ନୂଆ ଗୀତ ମୁକ୍ତିଲାଭ କରିଛି । ଏଥିରେ ଫିଲ୍ମର ନାୟକ ଦଲଜିଦ୍ ଦୋସାଂଜ୍ ଏବଂ ନାୟିକା କ୍ରିତିଙ୍କୁ ଦେଖିବାକୁ ମିଳିଛି । ଟି ସିରିଜ ର ଅଫିସିଆଲ୍ ୟ୍ୟୁଟ୍ୟୁବ ଚ୍ୟାନେଲରେ ଗୀତଟି ରିଲିଜ୍ ହୋଇଛି । କେମିତି ରହିଛି ଗୀତଟି ଚାଲନ୍ତୁ ନଜର ପକାଇବା ।
ରିଲିଜ ହେଇଛି ଅପକମିଂ ବଲିଉଡ ମୁଭି ‘ଅର୍ଜୁନ ପଟ୍ଟିଆଲାର’ ନୂଆ ଗୀତ ‘ସିପ୍ ସିପ୍’ । ଗୀତରେ ଫିଲ୍ମର ଲିଡ୍ ଷ୍ଟାର୍ ଦଲଜୀତ୍ ଦୋସାଂଜ୍, କ୍ରିତି ସାନୋନ୍ ଏବଂ ବରୁଣ ଶର୍ମାଙ୍କୁ ଦେଖିବାକୁ ମିଳିଛି । ଏହି ଗୀତରେ ଶୁଣିବାକୁ ମିଳୁଛି ଗୁରୁ ଭୁଲାର୍ ଓ ଆକାଶ ଡିଙ୍କ ଗାୟିକୀ । ଗୀତର ଲିରିକ୍ସ ଓ ସଙ୍ଗୀତର ଭାର ତୁଲାଇଛନ୍ତି ଆକାଶ ଡି । ଗୀତରେ ଫିଲ୍ମର ଅନେକ ଫନି ସିନ୍କୁ ସ୍ଥାନ ଦିଆ ଯାଇଛି । ସିନେମାର ପ୍ରଥମ ଥର ପାଇଁ ରୋମାନ୍ସ କରିବାକୁ ଯାଉଛନ୍ତି ଦଲଜିତ୍ ଦୋସାଂଜ୍ ଓ କ୍ରିତି ସାନୋନ୍ । ଫିଲ୍ମରେ ଜଣେ ପୋଲିସ୍ ଅଫିସର୍ ଭୂମିକାରେ ନଜର ଆସିବେ ଅଭିନେତା ଦଲଜିତ୍ ଦୋସାଂଜ୍ । ପ୍ରଯୋଜକ ଦିନେଶ ବିଜାନ୍ଙ୍କ ମ୍ୟାଡକ୍ ପ୍ରଡକ୍ସନ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ୍ ଜୁଗରାଜ୍ । ୨୬ ଜୁଲାଇରେ ପରଦାକୁ ଆସିବ ଏହି ଫିଲ୍ମ ଅର୍ଜୁନ୍ ପଟିୟାଲା ।