Only for Entertainment

ସାମ୍ନାକୁ ଆସିଲା ଅର୍ଜୁନ ପଟିଆଲା ଫିଲ୍ମର ସ୍ୟାଡ ସଙ୍ଗ ଦିଲ ତୋଡେୟା !

49

୨୬ ଜୁଲାଇରେ ରିଲିଜ ହେବାକୁ ଥିବା ଫନି କମେଡି ସିନେମା ‘ଅର୍ଜୁନ ପଟିଆଲା’ର ଆଉ ଏକ ନୂଆ ଗୀତ ମୁକ୍ତିଲାଭ କରିଛି । ଏଥିରେ ଫିଲ୍ମର ନାୟକ ଦଲଜୀତ୍ ଦୋସାଂଜ୍ ଏବଂ ନାୟିକା କ୍ରିତିଙ୍କୁ ଦେଖିବାକୁ ମିଳିଛି । ଟି ସିରିଜ ର ଅଫିସିଆଲ୍ ୟ୍ୟୁଟ୍ୟୁବ ଚ୍ୟାନେଲରେ ଗୀତଟି ରିଲିଜ୍ ହୋଇଛି । କେମିତି ରହିଛି ଗୀତଟି ଚାଲନ୍ତୁ ନଜର ପକାଇବା ।

ରିଲିଜ ହେଇଛି ଅପକମିଂ ବଲିଉଡ ମୁଭି ‘ଅର୍ଜୁନ ପଟ୍ଟିଆଲାର’ ନୂଆ ଗୀତ ସ୍ୟାଡ ସଙ୍ଗ ‘ଦିଲ ତୋଡେୟା’ । ଗୀତରେ ଫିଲ୍ମର ଲିଡ୍ ଷ୍ଟାର୍ ଦଲଜୀତ୍ ଦୋସାଂଜ୍ ଏବଂ କ୍ରିତି ସାନୋନ୍ ଦେଖିବାକୁ ମିଳିଛି । ଏହି ଗୀତରେ ଶୁଣିବାକୁ ମିଳୁଛି ଦଲଜୀତ୍ ଦୋସାଂଜଙ୍କ ଗାୟିକୀ ଗୁରୁ । ଗୀତର ଲିରିକ୍ସ ଓ ସଙ୍ଗୀତର ଭାର ତୁଲାଇଛନ୍ତି ରନ୍ଧାୱା ସଚିନ ଜିଗର।

ସିନେମାର ପ୍ରଥମ ଥର ପାଇଁ ରୋମାନ୍ସ କରିବାକୁ ଯାଉଛନ୍ତି ଦଲଜିତ୍ ଦୋସାଂଜ୍ ଓ କ୍ରିତି ସାନୋନ୍ । ଫିଲ୍ମରେ ଜଣେ ପୋଲିସ୍ ଅଫିସର୍ ଭୂମିକାରେ ନଜର ଆସିବେ ଅଭିନେତା ଦଲଜିତ୍ ଦୋସାଂଜ୍ । ପ୍ରଯୋଜକ ଦିନେଶ ବିଜାନଙ୍କ ମ୍ୟାଡକ୍ ପ୍ରଡକ୍ସନ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ୍ ଜୁଗରାଜ୍ । ୨୬ ଜୁଲାଇରେ ପରଦାକୁ ଆସିବ ଏହି ଫିଲ୍ମ ଅର୍ଜୁନ୍ ପଟିୟାଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More