Only for Entertainment

ରିଲିଜ ହେଲା ‘ଅର୍ଜୁନ ପଟିଆଲା’ର ଟ୍ରେଲର : କୃତି ସେନନ, ଦିଲଜୀଲ ଦୋସାଂଝା ଏବଂ ବରୁଣ ଶର୍ମାଙ୍କ ସହିତ ମିଶି ଦେଲେ କମେଡିର ଡବଲ ଡୋଜ

NewsX
30

କୃତି ସେନନ, ଦିଲଜୀଲ ଦୋସାଂଝା ଏବଂ ବରୁଣ ଶର୍ମାଙ୍କ ଫିଲ୍ମ ‘ଅର୍ଜୁନ ପଟିଆଲା’ର ଦମଦାର ଟ୍ରେଲର ରିଲିଜ ହୋଇସାରିଛି । ଫିଲ୍ମର ଟେତ୍ରଲର ରିଲିଜ କରୁ କରୁ ଏହା ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି । ଫିଲ୍ମର ଟ୍ରେଲରକୁ ଏପର୍ଯ୍ୟନ୍ତ ୪ ମିଲିଅନରୁ ଅଧିକ ଭ୍ୟୁଜ ମିଳି ସାରିଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ ‘ଅର୍ଜୁନ ପଟିଆଲା’ ଏକ କମେଡି ସହିତ ଏକ ଲଭ ଷ୍ଟୋରୀ ଉପରେ ଆ ଦାରିତ ଫିଲ୍ମ । ଫିଲ୍ମରେ କୃତି ସେନନ ଏକ ସାମ୍ବାଦିକ ଭୂମିକାରେ ନଜର ଆସିବେ । ସେହିପରି ଦିଲଜୀତ ଏବଂ ବରୁଣ ଶର୍ମାଙ୍କୁ ପୋଲିସ ଅଫିସର ଭୂମିକାରେ ଦେଖିବାକୁ ମିଳିଛି ।

ଫିଲ୍ମରେ ଅଭିନେତ୍ରୀ ସନି ଲିଓନ ମଧ୍ୟ ଏକ ଆଇଟମ ନମ୍ବର କରୁଥିବାର ନଜର ଆସିଛନ୍ତି । ଫିଲ୍ମର ଟ୍ରେଲର ଦେଖିବା ପରେ ଲାଗୁଛି ଯେ, କୃତି ସେନନ, ଦିଲଜୀତ ଦୋସାଂଝା ଏବଂ ବରୁଣ ଶର୍ମା ଦର୍ଶକଙ୍କୁ କମେଡିର ଡବଲ ଡୋଜ ଦେବେ । କହିରଖୁଛୁ ଯେ, ପ୍ରଥମଥର ପାଇଁ ଏହି ଫିଲ୍ମରେ କୃତି ସେନନ ଏବଂ ଦିଲଜୀତ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଫିଲ୍ମକୁ ସ୍ତ୍ରୀର ପ୍ରଯୋଜକ ଦିନେଶ ବିଜାନ ପ୍ରଡ୍ୟୁସ କରୁଥିବା ବେଳେ ଏହାର ନିର୍ଦ୍ଦେଶନା ଦେନ୍ନ୍ି ରୋହିତ ଜୁଗରାଜ । ଫିଲ୍ମ ୨୬ ଜୁଲାଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More