Only for Entertainment

ଚର୍ଚ୍ଚାରେ ଅର୍ଜୁନ ରାମପାଲ ଓ ତାଙ୍କ ପତ୍ନୀଙ୍କ ଡିଭୋର୍ସ ।

post.jagran.com
0 41

ଅର୍ଜୁନ ରାମପାଲ ଏବଂ ତାଙ୍କ ପତ୍ନୀଙ୍କ ସଂପର୍କକୁ ନେଇ ବହୁ ଦିନ ଧରି ଚର୍ଚ୍ଚା ଜାରି ରହିଛି । ଦୁଇଜଣଙ୍କ ମଧ୍ୟରେ ଥିବା ସଂପର୍କରେ ତିକ୍ତତା ଆସିଥିବାର କାରଣ ଋତିକ ରୋଶନଙ୍କ ପତ୍ନୀ ବୋଲି କୁହାଯାଉଛି । ଖବର ଅନୁସାରେ ଏବେ ଅର୍ଜୁନ ଏବଂ ତାଙ୍କ ପତ୍ନୀ ମେହେର ଏକା ସାଙ୍ଗରେ ରହୁନାହାଁନ୍ତି ।

ସ୍ପଟବଏ ଖବର ଅନୁସାରେ ଅର୍ଜୁନ ଘର ଛାଡ଼ି ଚାଲି ଯାଇଛନ୍ତି ଏବଂ ଏକା ରହୁଛନ୍ତି । ଗତ ୧ ବର୍ଷ ପୂର୍ବରୁ ଦୁଇଜଣଙ୍କର ଛାଡ଼ପତ୍ର ଖବର ମଧ୍ୟ ଆସୁଥିଲା ।

ଖବର ଅନୁସାରେ ଅର୍ଜୁନ,ସୁଜୈନ ଏବଂ ମେହେର ପୂର୍ବରୁ ଖୁବ ଭଲ ସାଙ୍ଗ ଥିଲେ । କିନ୍ତୁ ଏହା ମଧ୍ୟ କୁହାଯାଉଛିଯେ ପରବର୍ତ୍ତୀ ମୁହୂର୍ତ୍ତରେ ଅର୍ଜୁନ ଏବଂ ସୁଜୈନଙ୍କ ମଧ୍ୟରେ ସଂପର୍କ ବଢିଥିଲା । ଯାହା ପରେ ଅର୍ଜୁନ ଏବଂ ମେହେରଙ୍କ ସଂପର୍କରେ ତିକ୍ତତା ଆସିଥିଲା । କିଛି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛିଯେ ଦୁଇଜଣଙ୍କ ମଧ୍ୟରେ ଡିଭୋର୍ସ ହେବାର କାରଣ ହେଉଛନ୍ତି ସୁଜୈନ । ତେବେ ପରେ ଅର୍ଜୁନ ଏବଂ ମେହେର ତାଙ୍କ ସଂପର୍କକୁ ଅନ୍ୟ ,କ ମୌକା ଦେବାପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଦୂରତା ଶେଷ ହୋଇନଥିଲା ଏବଂ ଅର୍ଜୁନ ଘର ଛାଡ଼ି ଚାଲିଗଲେ ।

ନିକଟରେ ଅର୍ଜୁନ ତାଙ୍କ ଦୁଇ ଝିଅଙ୍କ ସହିତ ଫିଲ୍ମ ଦେଖିବାକୁ ଯାଇଥିଲେ । ସେ ଇଂଷ୍ଟାଗ୍ରାମରେ ଫଟୋ ମଧ୍ୟ ସେୟାର କରିଛନ୍ତି କିନ୍ତୁ ସେଥିରେ ମେହେର ନଜର ଆସିନାହାଁନ୍ତି ।


ଅର୍ଜୁନ ଏବଂ ମେହେର ୧୯୯୮ରେ ବିବାହ କରିଥିଲେ । ତାଙ୍କର ଦୁଇଝିଅଙ୍କ ନାମ ମାହିକା ଏବଂ ମାୟରା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More