Only for Entertainment

କୋଟିଏ ଟଙ୍କା ଋଣ ପରିଶୋଧ ନ କରିବାରୁ ଏହି କଳାକାର ଙ୍କ ନା ରେ ମାମଲା ରୁଜୁ !

22

ଏକ କୋଟି ଟଙ୍କାର ଋଣ ପରିଶୋଧ ନ କରିବା ଯୋଗୁଁ ବଲିଉଡର ଜଣାଶୁଣା ଅଭିନେତା ଅର୍ଜୁନ ରାମପାଲଙ୍କ ବିରୁଦ୍ଧରେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି ଋଣଦାତା। ମିଳିଥିବା ସୂଚନା ଅନୁଯାୟୀ ଓ୍ଵାଇଟି ଏଣ୍ଟରଟେନ୍‌ମେଣ୍ଟଠାରୁ ଅର୍ଜୁନ ରାମପାଲ ୨୦୧୮ ମଇ ମାସରେ ଏକ କୋଟି ଟଙ୍କା ଋଣ ନେଇଥିଲେ। ବାର୍ଷିକ ୧୨ ପ୍ରତିଶତ ସୁଧହାରରେ ୯୦ ଦିନ ଭିତରେ ସମସ୍ତ ଋଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

କଂପାନିର ଓକିଲ ଅରୂପ ଦାସଗୁପ୍ତାଙ୍କ କହିବା ଅନୁଯାୟୀ ଅର୍ଜୁନ ରାମପାଲ ଗତ ଅଗଷ୍ଟ ୨୩ ତାରିଖରେ ଓ୍ଵାଇ ଟି ଏଣ୍ଟରଟେନମେଣ୍ଟ୍‌କୁ ପୋଷ୍ଟଡେଟେଡ ଚେକ୍‌ (ପିଡିସି) ଦେଇଥିଲେ। ସେହି ଚେକ୍‌ ବ୍ୟାଙ୍କ୍‌ରେ ଜମା କରାଯିବାପରେ ତାହା ବାଉନ୍‌ସ ହୋଇଥିଲା। ଏହାପରେ ଗତ ବର୍ଷ ଅକ୍ଟୋବର ମାସରେ ଅର୍ଜୁନ ରାମପାଲଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜ୍ଜୁ କରାଯାଇଥିଲା।

ଅଭିନେତା ଅର୍ଜୁନ ରାମପାଲଙ୍କୁ ୧୮୮୧ର ଧାରା ୧୩୮ ଅନୁଯାୟୀ ଓକିଲ ନୋଟିସ ଦିଆଯାଇଥିଲା। ଏଥିରେ ତାଙ୍କୁ ୧୪ ଦିନ ଭିତରେ ସୁଧ ସହିତ ମୂଳ ଋଣ ଫେରାଇବାକୁ କୁହାଯାଇଥିଲା। ମାତ୍ର ଅର୍ଜୁନ ଅର୍ଥ ଫେରସ୍ତ କରି ନଥିଲେ। ଅର୍ଜୁନ ରାମପାଲ ଏଯାବତ୍‌ ମାତ୍ର ୭ଲକ୍ଷ ୫୦ ହଜାର ଟଙ୍କା ଫେରସ୍ତ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More