Only for Entertainment

ପୁଣିଥରେ ଭଉଣୀର ଡ୍ରେସ ଉପରେ କମେଂଟକୁ ନେଇ ଭଡ଼କିଲେ ଅର୍ଜୁନ କପୁର ।

aajtak
0 63

ଅର୍ଜୁନ ସର୍ବଦା ତାଙ୍କ ପରିବାର ପାଇଁ ପ୍ରୋଟେକ୍ଟିଭ । ଯଦି କଥା ତାଙ୍କ ଭଉଣୀ ଉପରକୁ ଆସେ ତେବେ ସମସ୍ତଙ୍କ ସାମ୍ନାରେ କ୍ରୋଧ ଜାହିର କରନ୍ତି ଅର୍ଜୁନ । ନିକଟରେ ଏକ ଅନଲାଇନ ପୋର୍ଟାଲ ଜାହ୍ନବୀ କପୁରଙ୍କ ଉପରେ ଟ୍ରୋଲ ଖବର ଦେଇଥଲେ । ନ୍ୟୁଜର ହେଢଲାଇନ ଦେଖି ଅର୍ଜୁନ କପୁର ଖୁବ ଜୋରରେ କ୍ରୋଧ ଜାହିର କରିଛନ୍ତି ।

ଅର୍ଜୁନ ଲେଖିଛନ୍ତିଯେ ଦୁଇଜଣ ଟ୍ରୋଲର୍ସ କିଛି ଲେଖିଦେଲେ ଏବଂ ଆପଣ ଖବର କରିଦେଲେ । ଏହା ଲଜ୍ଜାଜନକ ଯେ କୌଣସି ମିଡିଆ ଟ୍ରୋଲର୍ସଙ୍କୁ ଉତ୍ସାହିତ କରୁଛନ୍ତି ।

ନିକଟରେ ଇଶାନ ଖଟ୍ଟରଙ୍କ ସହିତ ଜାହ୍ନବୀ ଏକ କ୍ୟାଫେରେ ସ୍ପଟ ହୋଇଥିଲେ । ଜାହ୍ନବର ୱାନ ପିସ ସର୍ଟ ପିନ୍ଧିଥଲେ । ଏହାକୁ ନେଇ ସେ ଟ୍ରୋଲ ମଧ୍ୟ ହୋଇଥିଲେ ଏବଂ ଏକ ମିଡିଆ ଖବର ପ୍ରସ୍ତୁତ କରିଥିଲେ । ଯାହା ପରେ ଅର୍ଜୁନ ରାଗି ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More