Only for Entertainment

ଏହି ଦିନ ଆରମ୍ଭ ହେବ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ରିମେକ, ଦେଖିବାକୁ ମିଳିବ ସାହିଦ କପୁର ଏବଂ କିଆରା ଆଡଭାଣୀଙ୍କ ଯୋଡି ।

DNA India
29

ନିକଟରେ ରିଲିଜ ହୋଇଥିବା ସାହିଦ କପୁରଙ୍କ ଫିଲ୍ମ ‘ବତ୍ତି ଗୁଲ ମିଟର ଚାଲୁ’ ବକ୍ସ ଅଫିସରେ ସଫଳ ହୋଇପାରିନଥିଲେ ବି ସାହିଦ ଏବେ ନିଜର ଆଗାମୀ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ରିମିକକୁ ନେଇ ବେଶ ଆଶାବାଦୀ ଅଛନ୍ତି । କହିରଖୁଛୁ ଯେ, ଏହି ଫିଲ୍ମ ତେଲଗୁ ଭାଷାରେ ନିର୍ମାଣ କରାଯାଇଥିଲା । ଏବଂ ଏହା ସୁପର ଡୁପର ହିଟ ମଧ୍ୟ ହୋଇଥିଲା । ଏହି ଫିଲ୍ମରେ ସାହିଦଙ୍କ ଅପୋଜିଟରେ କିଆରା ଆଡଭାଣୀ ନଜର ଆସିବେ ।

ରିପୋର୍ଟ ଅନୁସାରେ ସାହିଦ ଏବଂ କିଆରା ଏହି ଫିଲ୍ମର ସୁଟିଂ ରବିବାର ଠାରୁ ଆରମ୍ଭ କରିବେ । ଫିଲ୍ମର ପ୍ରଥମ ସିଡ୍ୟୁଲ ମୁମ୍ବାଇ ହିଁ ସୁଟ କରାଯିବ । ସାହିଦ ଏବଂ କିଆରାଙ୍କ ଯୋଡି ପୂର୍ବରୁ ବଡ ପରଦାରେ ନଜର ଆସିନଥିବା ବେଳେ କିଛି ଦିନ ପୂର୍ବେ ଦୁହିଁଙ୍କୁ ଉର୍ବଶୀ ସଙ୍କରେ ଦେଖିବାକୁ ମିଳିଥିଲା । ଗୀତରେ ସାହିଦ ଏବି କିଆରାଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଥିଲା । ଲେକେ ମଧ୍ୟ ଏହାକୁ ଖୁବ ପ ସନ୍ଦ କରିଥିଲେ ।

କହିରଖୁଛୁ ଯେ, କିଆରାଙ୍କ ପୂର୍ବରୁ ଏହି ଫିଲ୍ମ ପାଇଁ ତାରା ସୁତାରିଆଙ୍କୁ ଅଫର ଦିଆଯାଇଥିଲା କିନ୍ତୁ କୌଣସି କାରଣରୁ ଏହା ସମ୍ଭବ ହୋଇପାରିଲା ନାହିଁ । ଏହା ପରେ କିଆରାଙ୍କୁ ଫିଲ୍ମ ପାଇଁ ସାଇନ କରାଗଲା । ତେବେ ଫିଲ୍ମରେ ସାହିଦ ଏବଂ କିଆରାଙ୍କ ଯୋଡିକୁ ଦର୍ଶକ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More