Only for Entertainment

୭ ବର୍ଷର କ୍ୟାରିଅର ମଧ୍ୟରେ ପ୍ରଥମ ଥର ଅର୍ଜୁନ କରିବେ ଏହି କାମ ।

youtube
0 57

ଆଶୁତୋଷ ଗୋଆରିକରଙ୍କ ନିର୍ଦ୍ଦେଶିତ ‘ପାନିପତ’ ଫିଲ୍ମ ପାଇଁ ଅର୍ଜନ ଲଣ୍ଡା ହେବେ । ଏକ ମିଡିଆ ରିପୋର୍ଟ ଅନୁସାରେ ଆକ୍ଟରଙ୍କ ଲଣ୍ଡା ହେବା  ଏକ ବଡ଼ କଥା । କାରଣ ଏହା ତାଙ୍କର ଆପିୟରାନ୍ସ ଉପରେ ପ୍ରଭାବ ପକାଇଥାଏ । ତଥାପି ଅର୍ଜୁନ ଏହି ରିସ୍କ ନେବାପାଇଁ ରାଜି ଅଛନ୍ତି । କାରଣ ସେ ଫିଲ୍ମରେ ବାସ୍ତବିକତାକୁ ରୂପ ଦେବାକୁ ଚାହାଁନ୍ତି । ତେବେ ଏହି ଫିଲ୍ମର ଏକ ପୋଷ୍ଟର କେବଳ ରିଲିଜ ହୋଇଛି । ୭ ବର୍ଷର କ୍ୟାରଅର ମଧ୍ୟରେ ଏହା ଅର୍ଜୁନଙ୍କର ପ୍ରଥମ ପଦକ୍ଷେପ । ଏହା ପାନିପତ ଯୁଦ୍ଧ ଉପରେ ଆଧାରିତ ।

ଫିଲ୍ମରେ ଅର୍ଜୁନଙ୍କ ବ୍ୟତୀତ ସଂଜୟ ଦତ୍ତ ଏବଂ କୀର୍ତ୍ତି ସାନନ ମୁଖ୍ୟ ଚରିତ୍ରରେ ନଜର ଆସିବେ । ପୂର୍ବରୁ ରିଲିଜ ହୋଇଥିବା ଆଶୁତୋଷଙ୍କ ମହେଂଜାଦାରୋ ବକ୍ସ ଅଫିସରେ ଖାସ କମାଲ କରିପାରିନଥିଲା । ତେବେ ଏହି ଫିଲ୍ମ ୬ ଡିସେମ୍ବର ୨୦୧୯ରେ ରିଲିଜ ହେବ ।
ଅର୍ଜୁନ ଏ ବର୍ଷ ଫିଲ୍ମ ସନ୍ଦୀପ,ପିଙ୍କି ଫରାର ଏବଂ ନମସ୍ତେ ଲଣ୍ଡନରେ ନଜର ଆସିବେ । ଫିଲ୍ମ ଭବେଶ ଯୋଶୀ ସୁପରଷ୍ଟାରରେ ମଧ୍ୟ ଅତିଥି କଳାକାର ଭାବରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More