Only for Entertainment

ଜେଲ ଯାଇପାରନ୍ତି ଅମୀଷା ପଟେଲ, ଚେକ ବାଉନ୍ସ ମାମଲାରେ କୋର୍ଟ ଜାରି କଲା ଆରେଷ୍ଟ ୱାରେଣ୍ଟ

latestly
60

ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ ଏବେ କାନୁନ ଜାଲରେ ଫସିଯାଇଛନ୍ତି । ଅମୀଷାଙ୍କ ବିରୋଧରେ ଚେକ ବାଉନ୍ସ ମାମଲାରେ ରାଞ୍ଚି କୋର୍ଟ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି । ଅଜୟ କୁମାର ନାମକ ଜଣେ ପ୍ରଡ୍ୟୁସର ଅମୀଷାଙ୍କ ବିରୋଧରେ ଆରୋପ ଲଗାଇ କହିଛନ୍ତି ଯେ, ୨୦୧୮ରେ ‘ଦେଶୀ ମ୍ୟାଜିକ’ ନାମକ ଏକ ଫିଲ୍ମ ନିର୍ମାଣ କରିବା ପାଇଁ ସେ ୩ କୋଟି ଟଙ୍କା ଉଦ୍ଧାର ନେଇଥିଲେ । ନା ତ ସେ ଫିଲ୍ମ ନିର୍ମାଣ କଲେ ନା ମୋ ପଇସା ଫେରାଇଲେ ।

ରିପୋର୍ଟ ଅନୁସାରେ ଏହି ମାମଲାକୁ ନେଇ ରାଞ୍ଚି କୋର୍ଟରେ ମାମଲା ରୁଜୁ କରାଯାଇଥିଲା । ଏବେ କୋର୍ଟ ଏହାକୁ ନେଇ ଅମୀଷାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି ।

ଅଜୟ କହିଛନ୍ତି ଅନେକ ଚେଷ୍ଟା କରିବା ପରେ ପଇସା ମାଗିବା ପରେ ଅମୀଷା ଅଢେଇ କୋଟିର ଏକ ଚେକ ଦେଇଥିଲେ । କିନ୍ତୁ ଏହି ଚେକ ବାଉନ୍ସ ହୋଇଯାଇଥିଲା । ଏହା ପରେ ଅଜୟ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କେବଳ ଏତିକି ନୁହେଁ ଅଜୟ କହିଛନ୍ତି ପଇସା ମାଗିଲେ ଅମୀଷା ପ୍ରଭାବଶାଳୀ ଲୋକଙ୍କ ସହିତ ତାଙ୍କର ଫଟୋ ଦେଖାଇ ଧମକାଉଥିଲେ । ତେବେ କୋର୍ଟର ଏହି ଶୁଣାଣି ପରେ ଅମୀଷାଙ୍କୁ ଜେଲ ମଧ୍ୟ ଯିବାକୁ ପଡିପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More