Only for Entertainment

୪ ବର୍ଷ ପୁରୁଣା ଟ୍ୱିଟ ପାଇଁ କ୍ଷମା ମାଗିଲେ ଅରଶଦ, ନାଗା ସାଧୁଙ୍କୁ ନେଇ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ

hindustantimes
36

ବଲିଉଡ ଅଭିନେତା ଅରଶଦ ବାର୍ସୀ ନିକଟରେ ନିଜର ଏକ ପୁରୁଣା ଟ୍ୱିଟକୁ ନେଇ କ୍ଷମା ମାଗିଛନ୍ତି । ଅସଲରେ ଅରଶଦ ୨୦୧୫ରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ଜଣେ ବ୍ୟକ୍ତି ନାଗା ସାଧୁଙ୍କ ଠାରୁ ଆଶୀର୍ବାଦ ନେଉଥିବା ଦେଖିବାକୁ ମିଳିଛି । ଏହି ଫଟୋକୁ ସେୟାର କରି କ୍ୟାପସନରେ ସେ ଆପତ୍ତି ଜନକ କଥା ଲେଖିଥିଲେ । ସେତେବେଳେ ଲୋକେ ଏହି ପୋଷ୍ଟ ପାଇଁ ତାଙ୍କୁ ଖୁବ ଟ୍ରୋଲ କରିଥିଲେ ।


ଏବେ ଏହି ପୋଷ୍ଟକୁ ନେଇ ଅରଶଦ କ୍ଷମା ପ୍ରାର୍ଥନା କରିଛନ୍ତି । ନିକଟରେ ଏକ ଟ୍ୱିଟ କରି ସେ ଲେଖିଛନ୍ତି କାହାକୁ ଦୁଃଖ ପହଁଚାଇବା କିମ୍ବା ଧାର୍ମିକ ଭାବନାକୁ ଆଘାତ କରିବା ମୋର ଉଦ୍ଦେଶ୍ୟ ନଥିଲା । ମୁଁ କୌଣସି ଟ୍ୱିଟ କାହାକୁ ଦୁଃଖ ପହଁଚାଇବା ପାଇଁ କରେ ନାହିଁ । ଯ ଦି କାହାକୁ ଖରାପ ଲାଗିଲା ତେବେ କ୍ଷମା କରିଦିଅନ୍ତୁ । ଆଗକୁ ଏପରିି ହେବ ନାହିଁ ।

ୱାର୍କ ଫିଟ ବିଷୟରେ କହିବାକୁ ଗଲେ ସେ ନିକଟରେ ଫ୍ରଡ ସୟାଁରେ ନଜର ଆସିଥିଲେ । ଏହା ବ୍ୟତିତ ଖୁବ ଶୀଘ୍ର ସେ ‘ମୁନ୍ନାଭାଇ ୩’ ଏବଂ ‘ଗୋଲମାଲ ୫’ରେ ନଜର ଆସିବେ । ଏହି ଦୁଇଟି ଫିଲ୍ମର ପ୍ରସ୍ତୁତି ଏବେ ଆରମ୍ଭ ହୋଇ ସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More