Only for Entertainment

ପରଦାକୁ ଆସିଲା ବଲିଉଡ୍ ଫିଲ୍ମ ଆର୍ଟିକିଲ୍ – ୧୫ !

27

ପରଦାକୁ ଆସିଲା ବଲିଉଡ୍ ଫିଲ୍ମ ଆର୍ଟିକିଲ୍ – ୧୫ । ସତ ଘଟଣା ଉପରେ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । ଜାତିବାଦ ଓ ଅନର୍ କିଲିଂ ଉପରେ ଗତିଶୀଳ ହୋଇଛି ଫିଲ୍ମର କାହାଣୀ । ଯାହାକୁ ନେଇ ଦଳିତ ଓ ଛୋଟ ଜାତିର ଲୋକେ ଫେସ୍ କରନ୍ତି ଅନେକ ସମସ୍ୟା । ଫିଲ୍ମରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ଏକ ସିରିୟସ୍ ଲୁକ୍ ଓ ଚରିତ୍ରରେ ଦେଖିବାକୁ ମିଳିଛି ।

୨୦୧୪ରେ ଉତରପ୍ରଦେଶର ବଦାୟୁଁରେ ସେହିପରି ଏକ ଘଟଣା ହୋଇଥିଲା । ଯେଉଁଠି ଦୁଇଟି ଦଳିତ ଝିଅଙ୍କୁ ଗଣଦୁଷ୍କର୍ମ ସହ ହତ୍ୟା କରାଯାଇଥିଲା । ଆଉ ଏହି ଘଟଣାକୁ ଚଳଚ୍ଚିତ୍ର ଆର୍ଟିକିଲ୍ – ୧୫ ଜରିଆରେ ପରଦାକୁ ଆଣିଛନ୍ତି ଫିଲ୍ମ ମେକର୍ ଅନୁଭବ ସିହ୍ନା । ଉଚ୍ଚ ଜାତି ଲୋକମାନେ, କିପରି ନିଚ୍ଚ ଜାତି ଲୋକଙ୍କ ଉପରେ ଅତ୍ୟାଚାର କରନ୍ତି ତାହାର କିଛି ଝଲକ ଦେଖିବାକୁ ମିଳିଛି ଏହି ସିନେମାରେ । ସିନେମାରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଯିଏ କି ଦଳିତ ଝିଅଙ୍କ ରେପ୍ ଓ ମର୍ଡର୍ କେସର ତଦନ୍ତ କରୁଥିବା ଆଇପିଏସ୍ ଅଫିସର୍ ଭାବେ ନଜର ଆସିଛନ୍ତି । ଏହାସହ ଜାତିବାଦକୁ ମଧ୍ୟ ବରୋଧ କରୁଛନ୍ତି ଆୟୁଷ୍ମାନ ।

ଦମଦାର୍ କାହାଣୀ ସହ ଆକର୍ଷଣୀୟ ଗୀତ ଶୁଣିବାକୁ ମିଳିଛି ଏହି ସିନେମାରେ । ଫିଲ୍ମରେ ସ୍ଥାନ ପାଇଥିବା ଆକର୍ଷଣୀୟ ଗୀତ ଗୁଡିକରେ ସଙ୍ଗୀତର ଭାର ତୁଲାଇଛନ୍ତି ଅନୁରାଗ ଶାକିଆ । ଗୀତଗୁଡିକୁ ସ୍ରୋତା ପୂର୍ବରୁ ହିଁ ପସନ୍ଦ କରିସାରିଛନ୍ତି । ଏବେ ଦେଖିବାକୁ ବାକି ରହିଲା ଏହି ସିନେମାକୁ ବି ଦର୍ଶକ ପସନ୍ଦ କରୁଛନ୍ତି କି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More