Only for Entertainment

ଦୁବାଇର ପ୍ରସିଦ୍ଧ ବ୍ରୁଜ୍ ଖଲିଫା ଟାୱାରରେ ଲେଖାଗଲା ‘ହ୍ୟାପି ବାର୍ଥଡ଼େ ଟୁ ଦ କିଙ୍ଗ୍ ଅଫ୍ ବଲିଉଡ୍’

22

ଗତକାଲି ବଲିଉଡ୍ ବାଦଶାହା,କିଙ୍ଗଖାନ୍ , ବାଜିଗର୍ ନାମରେ ଖୁବ୍ ଖ୍ୟାତ ସୁପରଷ୍ଟାର ଶାହରୁଖ୍ ଖାନଙ୍କ ୫୪ ତମ ଜନ୍ମଦିନ ଥିଲା । ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ ଏବଂ କୋ-ଷ୍ଟାରମାନେ ଶାହରୁଖଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଦୁବାଇର ବ୍ରୁଜ୍ ଖଲିଫାରେ ଶନିବାର ଟାୱାରରେ ଶାହରୁଖ୍ ଖାନ୍ ଙ୍କୁ ଶୁଭେଚ୍ଛା ଜଣ।।ଇବା ପାଇଁ ତାଙ୍କ ନାଁକୁ ଟ୍ରିବ୍ୟୁଟ୍ ଦିଆଯାଇଥିଲା । ଟାୱାରରେ ହ୍ୟାପି ବାର୍ଥଡ଼େ ଟୁ ଦ କିଙ୍ଗ୍ ଅଫ୍ ବଲିଉଡ୍ (ଜନ୍ମଦିନର ଶୁଭେଚ୍ଛା ବଲିଉଡର ରାଜା) ବୋଲି ଦେଖାଯାଇଥିଲା ।

ଦୁବାଇରେ ରହୁଥିବା କିଙ୍ଗ୍ ଖାନ୍ ଙ୍କ ପ୍ରଶଂସକଙ୍କ ପାଇଁ ଏହା ଏକ ଉପହାର ହେବ କହିଲେ କିଛି କମ୍ ହେବନାହିଁ । ଶାହାରୁଖ୍ ଏହାର ଏକ ଭିଡିଓ ଏବେ ଟ୍ୱିଟରରେ ସେୟାର୍ କରିଛନ୍ତି । ଯେଉଁଥିରେ ବ୍ରୁଜ୍ ଖଲିଫା ଟ୍ୱାୱାରରେ ତାଙ୍କ ନାଁ ଲେଖାଯିବା ସହ ଦୁବାଇରେ ରହୁଥିବା ତାଙ୍କ ପ୍ରଂଶସକ ତାଙ୍କ ସୁପରଡୁପର୍ ସିନେମା “ଓମ୍ ଶାନ୍ତିି ଓମ୍” ର ବ୍ୟକରାଉଣ୍ଡ ମ୍ୟୁଜିକକୁ ବଜାଇ ଏକ ଫାଉଣ୍ଟେନ୍ ଶୋ’ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More