Only for Entertainment

ପିଲାଦିନେ କରିଥିଲେ ସୁପରହିଟ ଫିଲ୍ମ,ଲିଡ ରୋଲରେ ଆସିବା ପରେ ଫ୍ଲପ ।

amarujala
32

ହିନ୍ଦୀ ସିନେମା ଜଗତରେ ଏଭଳି କିଛି ଶିଶୁ କଳାକାର ଥିଲେ ଯେଉଁ ମାନଙ୍କ ଫିଲ୍ମ ସୁପରହିଟ ହୋଇଥିଲା,ଯେଉଁ ସମସ୍ତ ଚରିତ୍ରକୁ ଦର୍ଶକ ଆଜି ମଧ୍ୟ ମନେ ରଖିଛନ୍ତି । କିନ୍ତୁ ବଡ଼ ହେବା ମାତ୍ରେ ଯେତେବେଳେ ଲିଡ ଚରିତ୍ରରେ ନଜର ଆସିଲେ ସେମାନେ ପରଦାରେ ଫ୍ଲପ ହୋଇ ଯାଇଛନ୍ତି । ତେବେ ଶିଶୁଦିବସରେ ଆଜି ଚାଲନ୍ତୁ ଜାଣିବା ସେହି ଶିଶୁ କଳାକାରଙ୍କ ବିଷୟରେ ।

ସନି ଦେଓଲଙ୍କ ଫିଲ୍ମ ଗଦରରେ ଜିତେ ଚରିତ୍ରରେ ନଜର ଆସିଥିବା ଉତ୍କର୍ଷ ଏବେ ବଡ଼ ହୋଇ ଯାଇଛନ୍ତି । ଫିଲ୍ମରେ ତାଙ୍କ ନିରୀହ ଚେହେରା ସମସ୍ତଙ୍କ ମନମୁଗ୍ଧ କରିଥିଲା ।ଖୁବ କମ ଲୋକ ଏହି କଥା ଜାଣିଥିବେଯେ ସେ ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ପୁଅ ।ଅନିଲ ଏହି ବର୍ଷ ଫିଲ୍ମ ଜିନିଅସରେ ଉତ୍କର୍ଷଙ୍କୁ ଲଂଚ କଲେ । କିନ୍ତୁ ବକ୍ସ ଅଫିସରେ ଫିଲ୍ମ ହିଟ ହୋଇପାରିଲା ନାହିଁ ।

ଜୁଗଲ ହଂସରାଜ ୧୯୮୩ରେ ଫିଲ୍ମ ମାସୁମରେ ଶିଶୁ କଳାକାର ଭାବରେ ପ୍ରବେଶ କରିଥିଲେ । ଫିଲ୍ମରେ ତାଙ୍କ ସହିତ ଉର୍ମିଳା ମଧ୍ୟ ଶିଶୁ କଳାକାର ଭାବରେ ନଜର ଆସିଥିଲେ । ଏହା ବକ୍ସ ଅଫିସରେ ସୁପରହିଟ ହୋଇଥିଲା । ଏହାପରେ ଜୁଗଲ ଫିଲ୍ମ କର୍ମା,ସଲତନତରେ ନଜର ଆସିଥିଲେ । ଏହାପରେ ୧୯୯୪ରେ ସେ ‘ଆ ଗଲେ ଲଗ ଜା’ରେ ଡେବ୍ୟୁ କଲେ କିନ୍ତୁ ଫିଲ୍ମ ଫ୍ଲପ ହୋଇଗଲା ।୨୦୦୦ରେ ଆସିଥିବା ମୋହବତେଁ ଫିଲ୍ମ ବକ୍ସ ଅଫିସରେ ହିଟ ହୋଇଥିଲା କିନ୍ତୁ ସେ ଇଣ୍ଡଷ୍ଟ୍ରିରେ ସ୍ଥାନ ସୃଷ୍ଟି କରିପାରିଲେ ନାହିଁ ।

 

ଅଫତାବ ଶିବଦାସନୀ ବହୁ ଦିନ ହେବ ଫିଲ୍ମରୁ ଦୂରେଇ ଯାଇଛନ୍ତି । ଏଭଳି ଏକ ଦିନ ଥିଲା ଯେତେବେଳେ ଦର୍ଶକ ଅଫତାବଙ୍କ ଅଭିନୟର ଦିୱାନା ଥିଲେ । ୧୯୮୭ରେ ଅଫତାବ ଫିଲ୍ମ ମିଷ୍ଟର ଇଣ୍ଡିଆରେ ଶିଶୁ କଳାକାର ଭାବରେ ପ୍ରବେଶ କରିଥିଲେ ।ଏହାପରେ ଶେହନଶହ,ଚାଲବାଜ,ଅବ୍ୱଲ ନମ୍ବର ଏବଂ ଇନସାନିୟତ ଭଳି ଫିଲ୍ମରେ ଅଭିନୟ କରିଥିଲେ । ଏହାପରେ ରାମ ଗୋପାଲ ବର୍ମାଙ୍କ ଫିଲ୍ମ ମସ୍ତରେ ଅଫତାବ ଡେବ୍ୟୁ କରିଥିଲେ । ଫିଲ୍ମ ହିଟ ହେଲା କିନ୍ତୁ ଅଫତାବଙ୍କ କ୍ୟାରିଅର କିଛି ଖାସ ଚାଲିଲା ନାହିଁ ।

ବଲିଉଡରେ ମାଷ୍ଟର ରାଜୁ ନାମରେ ପ୍ରସିଦ୍ଧ ରାଜୁ ଶ୍ରେଷ୍ଠା ଶିଶୁ କଳାକାର ଭାବରେ କେତେକ ଫିଲ୍ମରେ ଅଭିନୟ କରିଛନ୍ତି । ୭୦ ଦଶକରେ ସେ ଫିଲ୍ମରେ ନିଜ କ୍ୟୁଟନେସ ପାଇଁ ସମସ୍ତଙ୍କ ହୃଦୟରେ ଏଭଳି ଏକ ସ୍ଥାନ ସୃଷ୍ଟି କରିଥିଲେଯେ ଲୋକ ଆଜି ମଧ୍ୟ ତାଙ୍କୁ ମନେ ରଖିଛନ୍ତି ।ରାଜୁ ପରିଚୟ,ବାବର୍ଚି,ଚିତଚୋର ଏବଂ କିତାବ ଭଳି ଫିଲ୍ମରେ ନଜର ଆସିଥିଲେ । ଶିଶୁ ଭାବରେ ସେ ଯେଉଁ ନାମ କମାଇ ପାରିଥିଲେ ବଡ଼ ହେବା ପରେ ଏହା ତାଙ୍କ ପାଇଁ ସମ୍ଭବ ହୋଇପାରି ନାହିଁ । ରାଜୁ ଫିଲ୍ମ ବ୍ୟତୀତ ମେଗା ଧାରାବହିକରେ ମଧ୍ୟ ନଜର ଆସିଛନ୍ତି ।

ଫିଲ୍ମ କୁଛ କୁଛ ହୋତା ହୈ ରେ ଶାହାରୁଖଙ୍କ ୮ ବର୍ଷର ଝିଅ ହୋଇଥିବା ସନା ସଇଦ ଖୁବ ନାମ କମାଇଥିଲେ । କିନ୍ତୁ ବଡ଼ ହେବା ପରେ ସେ ସଫଳତା ପାଇପାରି ନାହାଁନ୍ତି । ଫିଲ୍ମ ଷ୍ଟୁଡେଂଟ ଅଫ ଦ ଇୟରରେ ଡେବ୍ୟୁ କରିଥିବା ସନାଙ୍କ ରୋଲ କାହାକୁ ମଧ୍ୟ ମନେ ନାହିଁ ।

ଶାକାଲାକା ବୁମବୁମରେ ଶିଶୁ କଳାକାର ଭାବରେ ଅଭିନୟ କରିଥିବା ହଂସିକା ମୋଟବାନି ଶିଶୁ କଳାକାର ଭାବରେ ଖୁବ ପ୍ରସିଦ୍ଧତା ହାସଲ କରିଥିଲେ । ଏହାପରେ କେଁ୍ୟା କି ଶାଶ ଭି କଭି ବହୁ ଥି,ସୋନ ପରୀ,କରିସ୍ମା କା କରିସ୍ମା ଏବଂ ହମ ତୋ ହୈ ନା ସିରିଅଲରେ ନଜର ଆସିଥିଲେ ।କେବଳ ସେତିକି ନୁହେଁ ଫିଲ୍ମ କୋଇ ମିଲ ଗୟାରେ ମଧ୍ୟ ନଜର ଆସିଥିଲେ । ଏହାପରେ ବଲିଉଡ ଫିଲ୍ମ ଆପକା ସୁରୁରରେ ମୁଖ୍ୟ ଚରିତ୍ରରେ ନଜର ଆସିଥଲେ । ଫିଲ୍ମର ଗୀତ ହିଟ ହୋଇଥିଲା କିନ୍ତୁ ଫିଲ୍ମ ଫ୍ଲପ ହୋଇଥିଲା । ହଂସିକା ଖୁବ ସାରା ଫିଲ୍ମରେ ନଜର ଆସିଛନ୍ତି କିନ୍ତୁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରି ନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More