Only for Entertainment

ଗାଁର ରାମଲୀଳାରେ ରାବଣ ହେଉଥିଲେ ଏହି ଆକ୍ଟର, ଭିଲେନ ରୋଲ କରି ଜିତିଛନ୍ତି ଏକାଧିକ ପୁରସ୍କାର

30

ବଲିଉଡ ଆକ୍ଟର ଆଶୁତୋଷ ରାଣା ନିଜ ଅଭିନୟର ଯାଦୁରେ ଲୋକଙ୍କ ହୃଦୟରେ ଏକ ସୁନ୍ଦର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ସେ ଭିନ୍ନ ଭିନ୍ନ ରୋଲ କରିବାକୁ ପସନ୍ଦ କରନ୍ତି । ସେ ତାଙ୍କ ଦମଦାର ଅଭିନୟରେ ଏକ ଚରିତ୍ରକୁ ଜୀବନ୍ତ କରି ଦିଅନ୍ତି । ଆକ୍ଟରଙ୍କ ଜନ୍ମଦିନରେ ଆସନ୍ତୁ ଆଲୋଚନା କରିବା କିଛି ବ୍ୟକ୍ତିଗତ କଥା ।

ଆଶୁତୋଷ ରାଣା ୧୦ ନଭେମ୍ବର ୧୯୬୭ରେ ମଧ୍ୟପ୍ରଦେଶର ଗାଡ଼ରବାଡ଼ାରେ ଜନ୍ମ ହୋଇଥିଲେ । ତାଙ୍କ ଚେହେରା ସାମ୍ନାକୁ ଆସିବା ମାତ୍ରେ ଏକ ଭୟଙ୍କର ଚେହେରା ସାମ୍ନାକୁ ଆସିଯାଏ । ତେବେ ଅଭିନୟ କେବଳ ଅଳ୍ପ ଦିନର ଇଛା ନୁହେଁ ବରଂ ପିଲାଟି ଦିନରୁ ସେ ଅଭିନୟ ପ୍ରତି ଖୁବ ଇଛା ଥିଲା । ଆଶୁତୋଷ ଅଧିକାଂଶ ସମୟରେ ତାଙ୍କ ଗାଁରେ ହେଉଥିବା ରାମଲୀଳାରେ ରାବଣ ଚରିତ୍ରରେ ନଜର ଆସୁଥିଲେ । ତେବେ ତାଙ୍କ ଜେଜେଙ୍କ କହିବା ପରେ ସେ ଅଭିନୟରେ କ୍ୟାରିଅର ଆରମ୍ଭ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More