Only for Entertainment

ଏସିଆ କପ ୨୦୧୮ : ଭାରତ ଜିତି ନପାରିବାରୁ ଭେଁ ଭେଁ ହୋଇ କାନ୍ଦିଲା ଛୁଆ, ଭିଡିଓ ଭାଇରାଲ ।

ndtv
0 30

ମଙ୍ଗଳବାର ଭାରତ ଏବଂ ଆଫଗାନିସ୍ତାନରେ ମ୍ୟାଚ ଡ୍ର ହେବ ବୋଲି ଭାରତୀୟ ଫ୍ୟାନମାନେ ଆଶା କରିନଥିଲେ । ଆଫଗାନ ଟିମର ଜବରଦସ୍ତ ପ୍ରଦର୍ଶନ ବଳରେ ଭାରତ ଏବଂ ଆଗଗାନିସ୍ତାନ ମ୍ୟାଚ ଡ୍ରରେ ଶେଷ ହୋଇଥିଲା । ଏହି ମ୍ୟାଚରେ ଅନେକ ସମୟ ପରେ ଟିମ ଇଣ୍ଡିଆର ନେତୃତ୍ୱ ନେଇଥିଲେ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି । ଧୋନିଙ୍କ ନେତୃତ୍ୱରେ ଭାରତ ନିଶ୍ଚିତ ଭାବେ ଜିତିବ ବୋଲି ଫ୍ୟାନ୍ସ ଆଶାବାଦୀ ଥିଲେ । କିନ୍ତୁ ଭାରତକୁ ଏହି ମ୍ୟାଚରେ ସଫଳତା ମିଳିପାରିଲା ନାହିଁ । ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଭାରତ ଏବଂ ଆଫଗାନର ମ୍ୟାଚ ଡ୍ର ହେବା ପରେ ଏକ ଛୁଆ ଭେଁ ଭେଁ ହୋଇ କାନ୍ଦୁଥିବାର ଦେଖିବାକୁ ମିଳିଛି । ଛୁଆଟି କାନ୍ଦିବା ପରେ ଛୁଆର ବାପା ତାଙ୍କୁ ବୁଝାଇଥିଲେ ଭାରତ ହାରି ନାହିଁ ମ୍ୟାଚ ଡ୍ର ହୋଇଛି । କିନ୍ତୁ ଛୁଆଟି ଚୁପ ହେବା ବଦଳରେ ଜୋର ଜୋରରେ କାନ୍ଦିଥିଲା । ଏହି ଭିଡିଓ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି ।

ଦେଖନ୍ତୁ ଭିଡିଓ-

 

View this post on Instagram

 

Dont Cry Brother ? At the End of the Cricket Was Won ? . Both team are Deserve to Win ?

A post shared by VIRAT KOHLI ?? (@captainkohli.fanpage) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More