Only for Entertainment

ଜୀବନ ସହ ସଂଘର୍ଷ କରୁଥିଲା ୨ବର୍ଷର ଝିଅ, ହେଲେ ବ୍ୟାଟ ଧରି ମଇଦାନକୁ ଓହ୍ଲାଇଲେ ପାକିସ୍ତାନୀ କ୍ରିକେଟର ଆସିଫ ଅଲ୍ଲୀ !

31

ପାକିସ୍ତାନୀ ବ୍ୟାଟ୍ସବ୍ୟାନ୍‌ ଆସିଫ୍‌ ଅଲ୍ଲୀଙ୍କ ୨ବର୍ଷୀୟ ଝିଅ ନୁର ଫାତିମା ସୋମବାର  ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କର୍କଟ ରୋଗର ଚତୁର୍ଥ ପର୍ଯ୍ୟାୟରେ ଥିବା ବେଳେ ନୁରଙ୍କ ଚିକିତ୍ସା ଆମେରିକାରେ କରାଯାଉଥିଲା । କିନ୍ତୁ ଶେଷରେ ସେ ନିଜ ଜୀବନ ଯୁଦ୍ଧରେ ହାରି ଯାଇଥିଲେ । ନିଜ ଝିଅର ଏଭଳି ଅବସ୍ତା ଦେଖି ମଧ୍ୟ ରବିବାର ନିଜ ଦଳ ପାଇଁ ମଇଦାନକୁ ଓହ୍ଲାଇଥିଲେ ଆସିଫ୍‌ ।

କିନ୍ତୁ ୧୭ଟି ବଲରେ ୨୨ଟି ରନ୍‌ କରି ଆଉଟ୍‌ ହୋଇ ଯାଇଥିଲେ ଆସିଫ୍‌ । ତେବେ ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ମଇଦାନକୁ ଆସି ଆସିଫ୍‌ ଖେଳିଥିବାରୁ ଇସ୍‌ଲାମବାଦ୍‌ ୟୁନାଇଟେଡ୍‌ ତାଙ୍କ ସାହାସକୁ ସଲାମ କରିଛି । ଏହା ସହ ତାଙ୍କର ଏତେ ବଡ଼ କ୍ଷତି ପାଇଁ ସାନ୍ତ୍ୱନା ମଧ୍ୟ ଦେଇଥିବା ଦେଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More