Only for Entertainment

ସମ୍ବଲପୁରୀ ଗୀତ ତତେ ଦେଖିଲା ଦିନୁ, ମନ ଜିଣୁଛି ଅସୀମା ପଣ୍ଡା ଏବଂ ମଂଟୁ ଛୁରିଆଙ୍କ ଗାୟିକୀ !

125

ହିଟ ଓଲିଉଡ ଫିଲ୍ମ ଗୀତ,ମ୍ୟୁଜିକ ଭିଡିଓ ଭିତରେ ଏବେ ଚର୍ଚ୍ଚା ସାଉଁଟିଛି ନୂଆ ସମ୍ବଲପୁରୀ ଡ୍ୟାନ୍ସ ନମ୍ବର ତତେ ଦେଖିଲା ଦିନୁ । ଦିଲ କା ରାଣୀ ଆଲବମର ଏହି ନୂଆ ଗୀତ ଶ୍ରୋତା କରୁଛନ୍ତି ପସନ୍ଦ । ନିକଟରେ ପ୍ରଡକ୍ସନ ଗୀତର ଷ୍ଟୁଡିଓ ଭର୍ସନ ରିଲିଜ କରିଛି ।

ଆସିଛି ନୂଆ ସମ୍ବଲପୁରୀ ଡ୍ୟାନ୍ସ ଗୀତ ର୍ତତେ ଦେଖିଲା ଦିନୁ’ ।’ତତେ ଦିଲ ଦେଇଛି ଡାଲିଂ, ଜାନ ଦେଇ ଦେବୀ’ ଏଭଳି କିଛି ରୋମାଟିଂକ ଲିରିକସ ସହ ପ୍ରସ୍ତୁତ ହୋଇଛି ଏହି ଗୀତ । ‘ଦିଲ କା ରାଣୀ’ ଆଲବମର ଏହି ଗୀତକୁ ଶ୍ରୋତା କରୁଛନ୍ତି ଖୁବ ପସନ୍ଦ । ମଂଟୁ ଛୁରିଆ ଏବଂ ଅସୀମା ପଣ୍ଡାଙ୍କ ଆୱାଜ ରହିଛି ଏହି ଗୀତରେ । ବୈଦ୍ୟନାଥ ଦାସ ଗୀତକୁ କମ୍ପୋଜ କରିଛନ୍ତି ଓ ଗୀତକୁ ଲେଖିଛନ୍ତି ଡକ୍ଟର ନିର୍ମଳ ନାୟକ । ପୂର୍ବରୁ ଦିଲ କି ରାଣୀ ଆଲବମର ଅନ୍ୟ ଗୀତକୁ ଶ୍ରୋତା ବେଶ ପସନ୍ଦ କରିଥିବାବେଳେ ଏହି ଗୀତ ଦର୍ଶକଙ୍କ ହୃଦୟକୁ ଜିତି ପାରିବ ବୋଲି ଆଶା ରଖିଛନ୍ତି ମେକର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More