Only for Entertainment

ସୋସିଆଲ ମିଡିଆରେ ହଲିଉଡ ସିଙ୍ଗର ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଭାବୀ ସ୍ୱାମୀ ନିକ ଜୋନୋସ ଟୁଇଟକୁ ନେଇ ହଇଚଇ ।

Twitter
43

କିଛି ଦିନ ମଧ୍ୟରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ନିଜ ଜୀବନସାଥୀ କରିବାକୁ ଯାଉଛନ୍ତି ହଲିଉଡ ସେଲିବ୍ରେଟି ନିକ ଜୋନୋସ । ପ୍ରିୟଙ୍କା ଓ ନିକଙ୍କ ବାହାଘର ଖବର ପ୍ରଚାର ହେବା ପରେ ବର୍ତମାନ ଲାଇମଲାଇଟର ଅନ୍ୟତମ ଚର୍ଚ୍ଚିତ ଯୋଡି ଏମାନେ ହୋସାରିଲେଣି । ବାହାଘର ଭେନ୍ୟୁ ଠୁ ନେଇ ଦିନ ।ଏମିତି କି ସେଲିବ୍ରେଟି ଯୋଡିଙ୍କ ପ୍ରତ୍ୟେକ ହରକତର ଉପରେ ରହିଛି ମିଡିଆର ନଜର । ଏବେ କିନ୍ତୁ ସାମ୍ନାକୁ ଆସିଛି ନିକଙ୍କ ଏମିତି ଏକ ଟୁଇଟ ଯାହାକୁ ଜାଣିବା ପରେ ତାଙ୍କ ଫ୍ୟାନ ଆର୍ଶ୍ଚଯ୍ୟ ହେବେ ନିଶ୍ଚୟ ।ନିକଟରେ ସୋସିଆଲ ମିଡିଆରେ ନିକ ଏକ ପୋଷ୍ଟ ଟୁଇଟ କରିଛନ୍ତି । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି କି ସେ ଛୋଟବେଳୁ ସେ ମଧୁମେହ ରୋଗରେ ପୀଡିତ ଅଛନ୍ତି । ୧୩ବର୍ଷ ପୂର୍ବରୁ ସେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ । ରୋଗରେ ଆକ୍ରାନ୍ତ ସମୟର ଏକ ଫଟୋ ଓ ବର୍ତମାନର ଏକ ଫଟୋକୁ ନିକ ଟୁଇଟରେ ପେଜରେ ସେ ସେୟାର କରିଛନ୍ତି । ଟୁଇଟରରେ ଉଲ୍ଲେଖ ରହିଛି କି ମଧୁମେହ ରୋଗରେ ପୀଡିତ ହେବାପରେ ତାଙ୍କର ଓଜନ ୧୦୦ ପାଉଣ୍ଡ ହ୍ରାସ ପାଇଥିଲା ଓ ରକ୍ତରେ ସୁଗାର ମାତ୍ରା ବେଶ ଅଧିକ ହୋଇଥିଲା । ଡାକ୍ତରଙ୍କ ପାଖକୁ ଯିବା ପରେ ସେ ଯେବେ ଜାଣିବାକୁ ପାଇଲେ କି ସେ ମଧୁମେହ ରୋଗରେ ପୀଡିତ ଅଛନ୍ତି ସେତେବେଳେ ସେ ବେଶ ନିରାଶ ହୋଇଥିଲେ । ତେବେ ରୋଗକୁ ମାତ ଦେବା ପାଇଁ ସେହି ସମୟରୁ ହିଁ ବେଶ ଯତ୍ନବାନ ହୋଇଥିଲେ । ଡାକ୍ତରଙ୍କ ପରାର୍ମଶ ଅନୁଯାୟୀ ଖାଦ୍ୟପେୟ ଠୁ ନେଇ ୱାର୍କ ଆଉଟ । ସବୁ ଉପରେ ବିଶେଷ ଧ୍ୟାନ ଦେବାପରେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ଏହି ଜଟିଳ ସମୟରେ ତାଙ୍କୁ ସହଯୋଗ ଦେଇଥିବା ସାଙ୍ଗସାଥୀ ଓ ପରିବାରକୁ ସେ ଧନ୍ୟବାଦ ଦେବାକୁ ମଧ୍ୟ ଭୂଲିନାହାନ୍ତି । ଏଥିସହ ଟୁଇଟ କରି ନିକ କହିଛନ୍ତି ଜୀବନର ଯେକୌଣସି ଜଟିଳ ପରିସ୍ଥିତି ହେଉ ଅଥବା ସମସ୍ୟା ସାମ୍ନାରେ ମୁଣ୍ଡ ନ ନୁଆଁଇ ଏହାକୁ ସାମ୍ନା କରିବା ଉଚିତ । ଯାହାକି ଜୀବନ ଜିଇଁବା ଶିଖାଇଥାଏ ବୋଲି ହଲିଉଡ ଷ୍ଟାର କହିଛନ୍ତି ।

 

କିଛି ଦିନ ପୂର୍ବରୁ ପ୍ରିୟଙ୍କା ଆଜାମ ରୋଗରେ ପୀଡିତ ଥିବା ପ୍ରକାଶ କରିଥିଲେ ।ଏଥିସହ ସେ କିଭଳି ଏହିରୋଗରୁ ନିଜକୁ ମୁକାଳାଇଥିଲେ ସେ ସମ୍ବନ୍ଧରେ ମଧ୍ୟ ଏକ ଭିଡିଓ ଜାରି କରିଥିଲେ ।ତେବେ କିଛି ଦିନ ନଜାଉଣୁ ନିକ ନିଜ ବ୍ୟକ୍ତିଗତ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ଖୁଲ୍ଲାସା କରିବା ପରେ ଚର୍ଚ୍ଚାରେ ହଲିଉଡ ସେଲିବ୍ରେଟି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More