Only for Entertainment

ଯେବେ ବାଜପେୟୀ ଦେଇଥିଲେ ପରମାଣୁ ପରୀକ୍ଷଣର ଖବର, ଫିଲ୍ମରେ ସାମିଲ ହେଲା ଦୃଶ୍ୟ ।

aajtak
0 67

ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭାରତୀୟ ରାଜନୀତିର ଜଣେ ଏଭଳି ନେତା ଯାହାଙ୍କର କିର୍ତ୍ତିରାଜି ଖୁବ ଉପରେ । ଜଣେ ବରିଷ୍ଠ ନେତା ହେଉଛନ୍ତି ଅଟଳ । ପାର୍ଟି ଲାଇନର ଦମଦାର ନେତା ମଧ୍ୟ ତାଙ୍କ ସମ୍ମାନ କରନ୍ତି । ୧୯୯୮ରେ ଯେତେବେଳେ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ ସେହି ସମୟରେ ତାଙ୍କ ନେତୃତ୍ୱରେ ଭାରତ ପରମାଣୁ ପରୀକ୍ଷଣ କରିଥିଲା । ଏହି ନିଷ୍ପତ୍ତିରେ ସାରା ଦୁନିଆ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ଏହି ସାହସିକ କାର୍ଯ୍ୟକୁ ନିକଟରେ ରିଲିଜ ହୋଇଥିବା ଫିଲ୍ମ ପରମାଣୁରେ ଦର୍ଶାଯାଇଛି । ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ଜନ ଆବ୍ରାହିମ ଆଇଏସ ଅଫିସର ଅଶ୍ୱତ ରାଇନାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ଦେଖନ୍ତୁ ସେହି ଭିଡ଼ିଓ ଯେତେବେଳେ ବାଜପେୟୀ ଦେଶକୁ କରିଥିଲେ ସମ୍ବର୍ଦ୍ଧିତ ।

ଏହି ଫିଲ୍ମରେ ଦେଖାଯାଇଛିଯେ ଆର୍ମିଙ୍କ ସହିତ ଅନ୍ତରୀକ୍ଷ ବୈଜ୍ଞାନିକ ଏବଂ ଇଂଟଲିଜେନ୍ସର ସାହାଯ୍ୟରେ ସଫଳ ପରମାଣୁ ପରୀକ୍ଷଣରେ ଅଟଳ ବିହାରୀ ବାଜପେୟୀ କେଉଁଭଳି ମୁଖ୍ୟ ଚରିତ୍ର ସାଜିଥିଲେ । ଫିଲ୍ମର କାହାଣୀ ଯେତେବେଳେ ଗୋଟିଏ ପାଶ୍ୱର୍ରେ ଆପଣଙ୍କୁ ତଥ୍ୟ ସହିତ ପରିଚିତ କରୁଛି ଅନ୍ୟ ପାଶ୍ୱର୍ରେ ସେହି ସମୟର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ବୈଜ୍ଞାନିକଙ୍କ ଟିମରୁ ଏପିଜେ ଅବଦୁଲ କଲାମଙ୍କ କାମ ବିଷୟରେ ସଠିକ ସୂଚନା ମିଳିଛି । ତେବେ ଏହି ଫିଲ୍ମକୁ ଅଭିଷେକ ଶର୍ମା ଡାଇରେକ୍ଟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More