Only for Entertainment

ଅଫେରା ରାଇଜରେ ଅଟଳ ବିହାରୀ ବାଜପେୟୀ ।

www.deccanchronicle.com
0 42

ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ଥିଲେ ସମସ୍ତଙ୍କର ପ୍ରିୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଏକାଧିକ ରୋଗରେ ପିଡ଼ିତ ଥିବା ସମୟରେ ସେ ଗୋଟିଏ କିଡ଼ନୀର ସାହାଯ୍ୟରେ ବଂଚୁଥିଲେ । ଶେଷରେ ଡିମେଶିୟା ରୋଗରେ ପିଡ଼ିତ ହେବା ପରେ ସବୁ ସୁଖରୁ ବଂଚିତ ହୋଇଥିଲେ ବାଜପେୟୀ । ମଧୁମେହ ରୋଗ ସହିତ ଏକାଧିକ ରୋଗକୁ ନେଇ ଜୀବନ ସହିତ ସଂଘର୍ଷ କରୁଥିଲେ ଏହି ମହାତ୍ମା । ନିଜର ସାରା ଜୀବନ ଅନ୍ୟର ସେବାରେ ନିୟୋଜନ କରି ଶେଷରେ ଦୁନିଆରୁ ବିଦାୟ ନେଇଛନ୍ତି । ବାଜପେୟୀ ଜଣେ ଅଲରାଉଣ୍ଡର ଥିଲେ ଏହା ସମସ୍ତେ ଜାଣନ୍ତି । ସ ଏକାଧିକ କାମରେ ସଫଳତା ହାସଲ କରିଛନ୍ତି । ବାଜପେୟୀ ଥିଲେ ଦେଶର ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଥିଲେ । ସମସ୍ତଙ୍କୁ ପର କରି ୯୩ ବର୍ଷ ବୟସରେ ସେ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ତେବେ ଦିଲ୍ଲୀ ଏମ୍ସରେ ସେ ଚିକିତ୍ସାଧୀନ ଥିବା ଅବସ୍ଥାରେ ସଂଦ୍ଧ୍ୟା ୫ଟା ୫ ମିନିଟରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ।

ଦିନ ଥିଲା ପ୍ରତିଟି ମୁହଁରେ ଥିଲା ବାଜପେୟୀଙ୍କ ନାମ । ରାଜନୀତି କ୍ଷେତ୍ରରେ ଖୁବ ସଫଳତା ହାସଲ କରିଥିଲେ ଜଣେ ସଚ୍ଚୋଟ ବ୍ୟକ୍ତି ଭାବରେ । ବାଜପେୟୀ ୧୯୫୭ରେ ପ୍ରଥମ ଥର ଲୋକ ସଭାରେ ନିର୍ବାଚିତ ହୋଇଥିଲେ । ବିଜେପିର ପ୍ରତିଷ୍ଠାତା ସଦସ୍ୟ ଥିଲେ ବାଜପେୟୀ । । ୧୯୯୭୭ରେ ପ୍ରଥମ ଥର ହୋଇଥିଲେ ବୈଦେଶିକ ମନ୍ତ୍ରୀ । ୧୯୮୦ରେ ବିଜେପି ଟିକେଟରୁ ସାଂସଦ ହୋଇଥିଲେ । ୧୯୯୬ରେ ସେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ୧୯୯୯ରେ ବାଜପେୟୀଙ୍କ ନେତୃତ୍ୱରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିଥିଲା । ଶେଷରେ ୨୦୧୪ରେ ଭାରତ ରତ୍ନ ଉପାଧୀରେ ଭୂଷିତ ହୋଇଥିଲେ । ଥରେ ନୁହେଁ ତିନି ତିନି ଥର ପ୍ରଧାନମନ୍ତ୍ରୀ ପଦବୀ ହାସଲ କରିଥିଲେ ଏହି ଅମର ଆତ୍ମା ।

ଗତ ବୁଧବାର ଦିନ ପିଏମ ମୋଦି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଂଚ ପାଇଁ ଏମ୍ସ ଯାଇଥଲେ । ଏହାପରେ ଆଜି ସକାଳେ କେନ୍ଦ୍ରର ବରିଷ୍ଠ ନେତାମାନେ ତାଙ୍କୁ ଦେଖିବାକୁ ଯାଇଥଲେ । ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା କଥା ବାରମ୍ବାର ଶୁଣିବାକୁ ମିଳିଥିଲା । କେବଳ ସେତିକି ନୁହେଁ ଶରୀର ସୁସ୍ଥ ହେବା ପାଇଁ ବିଭିନ୍ନ ସ୍ଥାନରେ ଏହି ମହାନ ବ୍ୟକ୍ତିଙ୍କ ପାଇଁ ପ୍ରାର୍ଥନା କରାଯାଉଥିଲା । କିନ୍ତୁ ସମସ୍ତ କଥାରେ ପୂର୍ଣ୍ଣଛେଦ ପକାଇ ଆରପାରିକୁ ଚାଲିଗଲେ ଅଟଳ ବିହାରୀ ବାଜପେୟୀ । ଯଦିଓ ସେ ଆମ ମଧ୍ୟରେ ଆଉ ନାହାଁନ୍ତି ତଥାପି ସବୁଦିନ ପାଇଁ ସେ ସମସ୍ତଙ୍କ ହୃଦୟରେ ଅମର ହୋଇ ରହିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More