Only for Entertainment

‘ଜିରୋ’ ପରେ ରାକେଶ ଶର୍ମାଙ୍କ ବାୟୋପିକ ‘ସାଲ୍ୟୁଟ’ ପାଇଁ ପ୍ରସ୍ତୁତ ହେଉଛନ୍ତି କିଙ୍ଗ ଖାନ ।

dna
0 29

ବଲିଉଡ଼ ବାଦଶାହ ଶାହାରୁଖ୍ ଖାନ୍ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଜିରୋ’ ପରେ ଅନ୍ୟ ଏକ ଚଳଚ୍ଚିତ୍ର ‘ସାଲ୍ୟୁଟ’ରେ ନଜର ଆସିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରର ସୁଟିଂ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସୂଚନା ଅନୁଯାୟୀ, ଏହା ଆସନ୍ତା ବର୍ଷ ଅର୍ଥାତ୍ ୨୦୧୯ ରେ ମୁକ୍ତିଲାଭ କରିବ। ‘ସାଲ୍ୟୁଟ’ । ଫିଲ୍ମଟି ଅନ୍ତରୀକ୍ଷ ଯାତ୍ରୀ ରାକେଶ ଶର୍ମାଙ୍କ ଜୀବନ କାହାଣୀ ଉପରେ ଅଧାରିତ। ଏହା ସିଦ୍ଧାର୍ଥ ରାୟ କପୁରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ଶାହାରୁଖ୍ ପ୍ରଥମ ଥର ପାଇଁ ବାୟୋପିକ୍ ଫିଲ୍ମରେ କାମ କରିବାକୁ ଯାଉଛନ୍ତି।

ପ୍ରଥମରୁ ଚର୍ଚ୍ଚା ହେଉଥିଲା ଫିଲ୍ମ ‘ସାଲ୍ୟୁଟ’ରେ ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ରାକେଶ ଶର୍ମାଙ୍କ ଭୂମିକାରେ ଅଭିନୟ କରିବେ । କିନ୍ତୁ କୌଶମି କାରଣରୁ ଅମିର ଏହି ଫିଲ୍ମକୁ ସାଇନ କରିପାରି ନଥିଲେ । ଅମିରଙ୍କ ଅନୁରୋଧରେ ଶାହରୁଖ ଏହି ଫିଲ୍ମକୁ ସାଇନ କରିଛନ୍ତି ବୋଲି ମଧ୍ୟ ଖୁବ ଚର୍ଚ୍ଚା ଚଲିଥିଲା ।

ଖବର ଅନୁସାରେ, ଚଳଚ୍ଚିତ୍ର ‘ଜିରୋ’ ର ସୁଟିଂ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ଚଳିତ ବର୍ଷ ଡିସେମ୍ବର ମାସରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ଶାହରୁଖଙ୍କ ବ୍ୟତିତ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଅନୁଷ୍କା ଶର୍ମା ନଜର ଆସିବେ । ଫିଲ୍ମରେ ଶାହରୁଖଙ୍କୁ ବାମନ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଶାହରୁଖ ପ୍ରଥମଥର ପାଇଁ ଏହି ପରି ଭୂମିକାରେ ଅଭିନୟ କରିଛନ୍ତି । ତେବେ ଦେଖାଯାଉ ଫିଲ୍ମକୁ ଲୋକେ କେତେ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More