Only for Entertainment

ଏହି କ୍ରିକେଟରଙ୍କୁ ଡେଟ କରୁଛନ୍ତି ସୁନିଲ ସେଟ୍ଟୀଙ୍କ ଲାଡଲୀ ଆଥିୟା ।

Patrika
39

 ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ତଥା ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ।ଭାରତୀୟ କ୍ରିକେଟର କେ.ଏଲ. ରାହୁଲଙ୍କୁ ଆଥିଆ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ହେବା ସହ ଦୁହେଁ ପ୍ରେମ ସଂପର୍କରେ ଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ, ପୂର୍ବରୁ ଯେଉଁ ଅଭିନେତ୍ରୀଙ୍କ ସହ କେ.ଏଲ ରାହୁଲଙ୍କ ନାଁ ଯୋଡ଼ି ହୋଇଛି, ସେ ମଧ୍ୟରୁ ସେ କାହାକୁ ବି ଡେଟ୍‌ କରୁ ନାହାନ୍ତି । କିନ୍ତୁ ଆଥିଆଙ୍କୁ ଏବେ ସେ ଡେଟ୍‌ କରୁଥିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କୌଣସି ଇଭେଣ୍ଟରେ ଦୁହେଁ ସାଥୀରେ ନଜର ଆସୁ ନଥିଲେ ମଧ୍ୟ ଲୁଚି ଲୁଚି ଦୁହେଁ ସମୟ ବିତାଉଛନ୍ତି । ଫେବୃଆରୀ ଆରମ୍ଭରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିବା ବେଳେ ଏ ନେଇ ଦୁହେଁ ଗମ୍ଭୀର ବୋଲି ଚର୍ଚ୍ଚା ହେଉଛି ।ସୂଚନା ମୁତାବକ, ଦୁହିଁଙ୍କ ଦେଖା ତାଙ୍କ ବନ୍ଧୁ ଆକାଂକ୍ଷା ରଞ୍ଜନଙ୍କ ଜରିଆରେ ହୋଇଥିଲା । ଏହା ପରେ ଦୁହେଁ ପରସ୍ପର ସହ ସମୟ ବିତାଇବା ଆରମ୍ଭ କରିଥିଲେ ।

 

ଅପ୍ରେଲ ମାସରେ ଆକାଂକ୍ଷା କେ.ଏଲ ରାହୁଲ ଏବଂ ଆଥିଆଙ୍କ ସହ ଏକ ଫଟୋ ଇନ୍‌ଷ୍ଟାରେ ମଧ୍ୟ ସେୟାର କରିଥିଲେ । ତେବେ ଏ ନେଇ ଆଥିଆଙ୍କୁ ପଚରାଯିବା ପରେ ସେ କୌଣସି ପ୍ରତିକ୍ରିୟା ରଖି ନ ଥିବା ବେଳେ ବିଶ୍ୱକପରେ ବ୍ୟସ୍ତ ଥିବାରୁ କେ.ଏଲ ରାହୁଲଙ୍କୁ ତାଙ୍କ ପ୍ରତିକ୍ରିୟା ମଗା ଯାଇ ପାରି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More