Only for Entertainment

ଆତିଫ ଅସଲାମଙ୍କ ନୂଆ ଧମାକା, ଦେଖତେ ଦେଖତେ , ଭିଡିଓ ଭାଇରାଲ !

youtube
0 58

ଶାହିଦ କପୂର ଏବଂ ଶ୍ରଦ୍ଧା କପୂର ଷ୍ଟାରର ଫିଲ୍ମ ବତି ଗୁଲ ମିଟର ଚାଲୁର ଟ୍ରେଲର ରିଲିଜ ଏବଂ ଗୀତ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏହାମଧ୍ୟରେ ଫିଲ୍ମର ଆଉ ଏକ ଗୀତ ରିଲିଜ ହୋଇଛି । ଯାହା ଏକ ରୋମାଂଟିକ ଗୀତ ‘ଦେଖତେ ଦେଖତେ’ଅଟେ । ଏହି ଗୀତକୁ ଗାଇଛନ୍ତି ଆତିଫ ଅସଲାମ । ପାକିସ୍ତାନୀ ସିଙ୍ଗର ଏହି ଗୀତକୁ ଖୁବ ସୁନ୍ଦର ଭାବେ ଗାଇଛନ୍ତି । ଏହି ଗୀତ ୩ୟ ନମ୍ବର ଲିଷ୍ଟରେ ଟ୍ରେଣ୍ଡ ହେବାରେ ଲାଗିଛି, ଏହାକୁ ଦୁଇ ଦିନ ମଧ୍ୟରେ ୧କୋଟି ୮୦ଲକ୍ଷଥର ଦେଖାଯାଇ ସାରିଲାଣି ।

ଏହି ଗୀତରେ ଶାହିଦ-ଶ୍ରଦ୍ଧାଙ୍କ ରୋମାନ୍ସ ଏବଂ ନୋକଝୋକ ଦେଖିବାକୁ ମିଳିଛି । ଗୀତର ଲିରିକ୍ସ ଦେଇଛନ୍ତି ମନୋଜ ମୁସ୍ତିସର, ଯାହାର ମ୍ୟୁଜିକ ରୋଚକ କୋହଲି ରିକ୍ରିଏଟ କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଟିସିରିଜ ଏବଂ କୃଅଜ ଏଂଟରଟେନମେଂଟ ମିଶି ଏହି ଫିଲ୍ମର ନିର୍ମାଣ କାର୍ଯ୍ୟ କରିଛନ୍ତି । ଫିଲ୍ମ ଟ୍ରେଲର ଏବେ ଏବେ ରିଲିଜ ହୋଇଥିଲା । ଫିଲ୍ମର କାହାଣୀ ବିଜୁଳି ବିଭାଗ ବିଲ ପ୍ରସଙ୍ଗକୁ ନେଇ ପ୍ରସ୍ତୁତ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More